31.1 C
Bhubaneswar
Tuesday, October 13, 2026
Homeଦେଶ ବିଦେଶକରୋଚ ଜନତା ପାର୍ଟିର ୩ ନେତା ଅଟକ

କରୋଚ ଜନତା ପାର୍ଟିର ୩ ନେତା ଅଟକ

ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟିର ନେତା ସୌରଭ ଦାସଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେ କିଛି ବନ୍ଧୁଙ୍କ ସହ ଯାଉଥିଲେ । ଏହି ସମୟରେ ତାଙ୍କୁ ପୋଲିସ ଉଠାଇ ନେଇଛି । ସୌରଭଙ୍କ ସହ ସିଜେପିର ସହ ସଂଯୋଜକ ଆଶୁତୋଷ ରାଙ୍କା ଏବଂ ଆଙ୍କିଜ୍ୟା ସିନ୍ଧେଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ଆଶୁତୋଷ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ଭାରତ ମାତାକି ଜୟ ନାରା ଲଗାଉଛନ୍ତି । ଏହାସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ମାଗୁଛନ୍ତି । ଏହା ପୂର୍ବରୁ ଶନିବାର କକରୋଚ ଜନତା ପାର୍ଟିର ନେତା ଅଭିଜିତ ଦୀପକେ, ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଉଭୟ ସିଜେପିକୁ ଏକ ରାଲିରେ ଯୋଗ ଦେଇଥାନ୍ତେ । କିନ୍ତୁ ବିମାନରୁ ହିଁ ପୋଲିସ ଗିରଫ କରିଥିଲେ । ସୋମବାର ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲା । ଏଠାରେ ଧାରଣା କିମ୍ବା ଆନ୍ଦୋଳନ କରିବା ବେଆଇନ ବୋଲି ପୋଲିସ କହିଥିଲା । ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପ୍ରକାଶ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking