32.1 C
Bhubaneswar
Saturday, May 4, 2024
Homeଓଡିଶାମଣଦା ଫାଣ୍ଡି ଅଞ୍ଚଳରୁ ଲୁହାରଡ଼ ଓ ଟାଇଲ୍ସ ଚୋରି ଅଭିଯୋଗରେ ତିନି କୋର୍ଟ ଚାଲାଣ

ମଣଦା ଫାଣ୍ଡି ଅଞ୍ଚଳରୁ ଲୁହାରଡ଼ ଓ ଟାଇଲ୍ସ ଚୋରି ଅଭିଯୋଗରେ ତିନି କୋର୍ଟ ଚାଲାଣ

ମୟୂରଭଞ୍ଜ: ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ଚୋର। ଆଉ ସବୁବେଳେ ଲାଗି ରହିଛି ଛୋଟବଡ଼ ଚୋରୀ ଘଟଣା। ଏମିତି ଘଟଣା ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବଡ଼ମଣଦା ଗ୍ରାମରେ । ଘଟଣାରୁ ଯାହା ଜଣାପଡିଛି ଗତ ୧୬ ତାରିଖରେ ପ୍ରଦିପ ଗିରିଙ୍କ ଘରୁ ଲୁହାରଡ଼ ଚୋରି ହେଇଥିବା ନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଓ ମଣଦା ଫାଣ୍ଡି ଅଧିକାରୀ ଏହି ଘଟଣାର ତଦନ୍ତ କରି ଦୁଇ ଚୋର ସହିତ ଜଣେ ଫେରିବାଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଚୋରି ଜିନିଷ କିଣିବା ଅଭିଯୋଗରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅଞ୍ଚଳର ଅମିରୁଦ୍ଧିନ ବିଶ୍ବାସ ନାମକ ଜଣେ ଫେରିବାଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବୈଦ୍ୟନାଥ ସେଠିଙ୍କ ପୁଅ ଅସିତ୍ କୁମାର ସେଠୀ(୨୭) କୃଷ୍ଣ ନାଏକଙ୍କ ପୁଅ ସମିର ନାଏକ (୨୫) ନାମକ ଦୁଇ ଅଭିଯୁକ୍ତଙ୍କୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବିଶୋଇ ଥାନା ପୋଲିସ। ତେବେ ଅଭିଯୁକ୍ତ ଦୁଇଜଣ ସେହି ବଡ଼ମଣଦା ଅଞ୍ଚଳର ବୋଲି ଜଣାପଡିଛି।

ତାଙ୍କ ନିକଟରୁ ଚୋରି ହେଇଥିବା ୫୦କିଲୋ ଲୁହାରଡ଼ ସହିତ କିଛି ଟାଇଲ୍ସ ଜବତ କରିଥିବା ଜଣାପଡିଛି। ଏନେଇ ବିଶୋଇ ଥାନାରେ ୧୦୧/୨୩ ନଂରେ ଏକ ମାମଲା ରୁଜୁ କରି ଧାରା ୩୭୮/୪୧୧/ ୩୪ ଅନୁସାରେ ଅଭିଯୁକ୍ତଙ୍କୁ ଡାକ୍ତରି ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking