27.1 C
Bhubaneswar
Friday, May 10, 2024
Homeଜନ୍ମାଷ୍ଟମୀ-୨୦୨୩ଚଳିତ ବର୍ଷ ଦୁଇ ଦିନ ପଡୁଛି ଜନ୍ମାଷ୍ଟମୀ : ଜାଣିନିଅନ୍ତୁ କେବେ କରିବେ ପାଳନ...

ଚଳିତ ବର୍ଷ ଦୁଇ ଦିନ ପଡୁଛି ଜନ୍ମାଷ୍ଟମୀ : ଜାଣିନିଅନ୍ତୁ କେବେ କରିବେ ପାଳନ…

ବ୍ୟୁରୋ : ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ପାଳନ କରାଯିବ । ସାରା ଦେଶରେ ଏହି ପର୍ବ ଅର୍ଥାତ ଜନ୍ମାଷ୍ଟମୀକୁ ଆନନ୍ଦର ସହ ପାଳନ କରେ । ହିନ୍ଦୁ ଧର୍ମ ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀ ପାଳନ କରନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଦୁଇ ଦିନ ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ପଡୁଛି । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପୂଜା ପାଳନ କରିବ। କିନ୍ତୁ ହିନ୍ଦୁ ପାଞ୍ଜି ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦୁଇଟି ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଇଛି । ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପବାସ ରଖି ପୂଜାର୍ଚ୍ଚନା କରିଥାନ୍ତି। ଏ ବର୍ଷ ଅଧିକାଂଶ ଲୋକ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ମନାଉଥିବା ବେଳେ କେହି କେହି ସେପ୍ଟେମ୍ବର ୭ ତାରିଖରେ ବି କୃଷ୍ଣ ଜନ୍ମ ପାଳନ କରୁଛନ୍ତି । ତେବେ ଜନମାଷ୍ଟମୀ ଉପବାସ କେବେ ପାଳନ କରାଯିବ, ତାହା ଏବେ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କୁହାଯାଉଛି ଯେ, ଅଷ୍ଟମୀ ତିଥି ପରଦିନ ଅର୍ଥାତ ସେପ୍ଟେମ୍ବର ୭ ଗୁରୁବାର ଦିନ ସନ୍ଧ୍ୟା ୪ଟା ୧୪ ମିନିଟରେ ଶ୍ରୀକୃଷ୍ନଙ୍କ ଜନ୍ମାଷ୍ଟମୀ ପାଳନ ହେବ । କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ଭାଦ୍ରପଦ ମାସ କୃଷ୍ଣପକ୍ଷର ଅଷ୍ଟମ ଦିନରେ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking