32.1 C
Bhubaneswar
Thursday, May 2, 2024
Homeଅପରାଧନାବାଳିକାଙ୍କ ଘର ସମ୍ମୁଖରେ ଗଣ୍ଡଗୋଳ କରି ବନ୍ଧା ହେଲେ ଯୁବକ

ନାବାଳିକାଙ୍କ ଘର ସମ୍ମୁଖରେ ଗଣ୍ଡଗୋଳ କରି ବନ୍ଧା ହେଲେ ଯୁବକ

ସୋର: ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଗୋପାଳପୁର ଗ୍ରାମର ଜଣେ ଯୁବକ ଉକ୍ତ ଗ୍ରାମର ଜଣେ ନବାଳିକାଙ୍କ ଘର ସମ୍ମୁଖରେ ଗଣ୍ଡଗୋଳ କରି ଗିରଫ ହୋଇଥିବା ଜଣାପଡ଼ିଛି । ଗୋପାଳପୁର ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ସ୍ୱର୍ଗତ ଅର୍ଜୁନ ରାଉତଙ୍କ ପୁଅ ପରେଶ ରାଉତ ଗତ ଏକ ମାସ ତଳେ ଅପହରଣ କରିଥିଲେ । ଏନେଇ ନାବାଳିକାଙ୍କ ମାଆ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପରେଶକୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ପରେଶ ଜାମିନରେ ଆସି ଶୁକ୍ରବାର ମଧ୍ୟାହ୍ନରେ ଉକ୍ତ ନାବାଳିକଙ୍କ ଘର ସାମ୍ନାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗଣ୍ଡଗୋଳ କରିଥିଲେ । ଫଳରେ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ତାଙ୍କୁ ଅଟକ ରଖି ସୋର ଥାନାକୁ ଖବର ଦେଇଥିଲେ । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରେଶକୁ ଥାନାକୁ ଆଣି ଅଟକ ରଖିଥିଲେ । ଏ ବାବଦରେ ନାବାଳିକାଙ୍କ ମାଆ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୨୩୩/୨୩ରେ ମାମଲା ରୁଜୁ କରି ପରେଶକୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking