37.1 C
Bhubaneswar
Friday, May 17, 2024
Homeଖେଳହକି ଇଣ୍ଡିଆର ସ୍ୱତନ୍ତ୍ର ଅଭିଯାନ

ହକି ଇଣ୍ଡିଆର ସ୍ୱତନ୍ତ୍ର ଅଭିଯାନ

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ହକିକୁ ପହଞ୍ଚାଇବା ସକାଶେ ହକି ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ‘ହକି ଇଣ୍ଡିଆ କା ଅଭିଯାନ ହର୍ ଘର୍ ହୋ ହକି କୀ ପହଚାନ୍‌’ ଶୀର୍ଷକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସମସ୍ତ ଜିଲ୍ଲାରେ ନିୟମିତ ଭାବେ କୋଚିଂ କ୍ୟାମ୍ପ୍ ସହ ଆନ୍ତଃଜିଲ୍ଲା ପ୍ରତିଯୋଗିତାର ଆୟୋଜନ କରାଯିବ । ହକି ଇଣ୍ଡିଆ ପକ୍ଷରୁ ଜୋନାଲ୍ ଚାମ୍ପିଅନ୍‌ଶିପ୍‌ର ସଫଳତା ପୂର୍ବକ ଆୟୋଜନ ପରେ ନାସନାଲ୍ ସ୍ପୋର୍ଟ୍ସ ଫେଡେରେସନ୍ ସମସ୍ତ ରାଜ୍ୟ ୟୁନିଟ୍‌ଗୁଡ଼ିକୁ ଜିଲ୍ଲା ସଂଘ ସହଯୋଗ କ୍ରମେ ହକିର ପ୍ରଚାର ପ୍ରସାର ସହ ପ୍ରତିଭା ଚିହ୍ନଟ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ନିକଟରେ ୪ଟି ଜୋନ୍ ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ନିୟମିତ ଭାବେ କୋଚିଂ କ୍ୟାମ୍ପ୍ ଓ ଟୁର୍ଣ୍ଣାମେଣ୍ଟ୍ ଆୟୋଜନର ଆବଶ୍ୟକତା ନେଇ ରାଜ୍ୟ ଓ ଜିଲ୍ଲା ସଂଘଗୁଡ଼ିକୁ ଦିଗ୍‌ଦର୍ଶନ ପ୍ରଦାନ କରିବେ । ହକିର ପ୍ରଚାର ପ୍ରସାର ସହ ଦେଶର କୋଣ ଅନୁକୋଣରେ ଯୁବପିଢ଼ି ମଧ୍ୟରେ ଏକ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ତିର୍କୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking