30.1 C
Bhubaneswar
Sunday, May 5, 2024
Homeଓଡିଶାଗୁଲୁଗୁଲା ଖାଉଖାଉ ଚାଲିଗଲା ଯୁବକଙ୍କ ଜୀବନ

ଗୁଲୁଗୁଲା ଖାଉଖାଉ ଚାଲିଗଲା ଯୁବକଙ୍କ ଜୀବନ

ମୟୁରଭଞ୍ଜ: ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାସହିତ ଚାଲିଗଲା ଯୁବକଙ୍କ ଜୀବନ । ଏଭଳିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶଚନ୍ଦ୍ର ମହାନାୟକ(୪୨) । ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ । ସେଠାରେ ଚ୍ୟାଲେଞ୍ଜରେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିବା ବେଳେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା ।

ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ । ତେବେ ପାଣି ଗୁଡିକ ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ । ଏହାପରେ ସ୍ଥାନୀୟଲୋକେ ଉଦ୍ଧାରକରି ବାରିପଦା ଡାକ୍ତରଖାନା ନେଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୋମବାର ମୃତକଙ୍କ ପରିବାରଲୋକଙ୍କ ଏତଲାକ୍ରମେ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଲମ୍ବୋଦର ମହାନ୍ତ ୫୯ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଶ୍ୱବ୍ୟବଛେଦ କରାଇଛନ୍ତି । ତେବେ ଚ୍ୟାଲେଞ୍ଜରେ ସାମାନ୍ୟ ଗୁଲୁଗୁଲା ଖାଇବାକୁ ନେଇ ଜଣେ ୪୨ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଦାନ୍ତିଆମୁହାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking