ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ନୟାଗଡ : ଭୁଲ ଇଞ୍ଜେକ୍ସନ ଦେବାରୁ 10 ବର୍ଷର ଶିଶୁପୁତ୍ର ମୃତ୍ୟୁ । ଏପରି ଏକ ଅଭିଯୋଗ ଆସିଛି ନୂଆଗାଁ ଆଞ୍ଚଲରୁ । ନୂଆଗାଁ ଥାନା ମାଳିସର ଗାଁ ର ବିଶ୍ୱନାଥ ପରିଡା ଙ୍କ ପୁଅ ରାଜେଶ ପରିଡାଙ୍କ ଥଣ୍ଡା କାଶ ହେବା କାରଣରୁ ପରିବାର ଲୋକ ପୁଅକୁ ଧରି ନୂଆଗାଁ ନିକଟ ଦୂରୁଦୁରାରେ ଥିବା ଏକ ପ୍ରାଇଭେଟ କ୍ଲିନିକ କୁ ଆଣିଥିଲେ । ସେଠରେ ସେ ଏକ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ କିଛି ସମୟ ପରେ ତାଙ୍କ ପାଟି ବନ୍ଦ ହୋଇ ଯିବା ସହ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଯାଇଥିଲା। ସେଠାରୁ ସାଙ୍ଗେ ସାଙ୍ଗେ ପରିବାର ଲୋକ ରାଜେସକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତର ତାଙ୍କୁ ଭୁଲ ଇଜେକ୍ସନ୍ ଦେବାରୁ ରାଜେସଙ୍କ୍ ମୃତ୍ଯୁ ହୋଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶିଶୁର ବ୍ୟବଛେଦ ରିପୋଟ ଆସିବାରେ ମୃତ୍ଯୁ କାରଣ ସ୍ପଷ୍ଟ ସେବା ସହ ଏହାର ତଦନ୍ତ କରାଜିବ ବୋଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here