ଜଗତସିଂହପୁରରେ ମୋ ପରିବାର ତରଫରୁ ୬୨ ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର, (ପ୍ରତାପ କୁମାର ସିଂହ) :ଆଜି ଜଗତସିଂହପୁର ମଣ୍ଡା ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୋ ପରିବାର ତରଫରୁ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରକ୍ତ ଅଭାବରୁ କେହି ରାଜ୍ଯରେ ପ୍ରାଣ ହରାଇ ପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ମହୋଦୟଙ୍କର ଏହି ସୁନ୍ଦର ଜନହିତକର ଘୋଷଣାକୁ ସମସ୍ତ ବିଧାୟକ ସମ୍ମାନ ଜଣାଇ ବିଭିନ୍ନ ସମୟରେ ଦଳୀୟ କର୍ମୀ ,ନେତା ତଥା ସାଧାରଣ ଜନତାଙ୍କୁ ବୁଝାଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି । ଆଜି ଜଗତସିଂହପୁର ଜିଲ୍ଲାର ବିଜେଡି ସଭାପତି, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଜଗତସିଂହପୁରର ଚାଣକ୍ୟ ଭାବେ ପରିଚିତ ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ନିଜ ପ୍ରିୟଜନ ମାନଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ ଭଲ ସଂଖ୍ୟାରେ ରକ୍ତ ସଂଗ୍ରହ ହୋଇଥିଲା । ଅତୀତରେ ଅନେକ ସ୍ଥାନରେ ଶ୍ରୀଯୁକ୍ତ ମୁଦୁଲି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରି ବିଭିନ୍ନ ମହଲରେ ପ୍ରଶଂସା ଲାଭ କରିଥିଲେ । ସେ ନିଜେ ମଧ୍ୟ କଲେଜ ଜୀବନରୁ ଅନେକ ଥର ରକ୍ତ ଦାନ କରିଥିବା ନଜରକୁ ଆସିଛି । ବିଧାୟକ ଶ୍ରୀଯୁକ୍ତ ମୁଦୁଲିଙ୍କ ଏହି କାର୍ଯ୍ଯକୁ ସବୁଦିଗରୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here