ପାଣି ପାଇଁ ବଡ଼ସାହିରେ ରାସ୍ତାରୋକ

ବଡ଼ସାହି: ବଡ଼ସାହି ବଜାରକୁ ଲାଗି ରହିଥିବା ବାରୁଡ଼ିହି ଅଂଚଳରେ ଆଜକୁ ସାତ ଦିନ ହେବ ପାଣିର ଘୋର ସମସ୍ୟା ଦେଖାଦେଇଛି। ଜଣାଯାଏ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ସମୟରେ ପାଣିପାଇପ କୁ ଜେସିବି ତାଡ଼ି ନଷ୍ଟ କରିଦେଇଥିବାରୁ । ବାରୁଡିହି ଅଞ୍ଚଳର କାହାରି ଘରକୁ ପାଣି ଯାଉ ନାହିଁ । ଉକ୍ତ ଅଂଚଳରେ ୭୨ଟି ପରିବାରର ଦୁଇ ହଜାର ପାଖାପାଖି ଲୋକ ବସବାସ କରନ୍ତି । ପାଣି ସମସ୍ୟା ଉତ୍କଟ ହେବାରୁ ଅଂଚଳର ମହିଳାମାନେ ରାସ୍ତାରୋକ କରିଛନ୍ତି । ରାସ୍ତାରେ ବାଲଟି ଗଗରାରଖି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପାଣି ସମସ୍ୟା ଦୂର ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟି ବନାହିଁ ବୋଲି ମହିଳାମାନେ ଜିଦିରେ ଅଟଳ ଅଛନ୍ତି । ରାସ୍ତାର ଚାରି ଦିଗକୁ ଅବରୋଧ କରିଥିବାରୁ ବହୁ ଗାଡ଼ି ମଟର ଅଟକି ରହିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

LEAVE A REPLY

Please enter your comment!
Please enter your name here