29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆସନ୍ତା ୩୦୦ ବର୍ଷରେ ବଦଳିଯିବ ଦୁନିଆ; ୨୦୨୬ ପରେ ଆରମ୍ଭ ହେବ ପୃଥିବୀପୃଷ୍ଠରୁ ମନୁଷ୍ୟଙ୍କ ଅନ୍ତ!

ଆସନ୍ତା ୩୦୦ ବର୍ଷରେ ବଦଳିଯିବ ଦୁନିଆ; ୨୦୨୬ ପରେ ଆରମ୍ଭ ହେବ ପୃଥିବୀପୃଷ୍ଠରୁ ମନୁଷ୍ୟଙ୍କ ଅନ୍ତ!

ନୂଆଦିଲ୍ଲୀ : ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି କେତେକ ଦେଶ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ ଆଗାମୀ କେତେ ବର୍ଷରେ ଏହି ଗତି ଏକଦମ ଥମିଯିବ ଏବଂ ଏହାପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ ହେବ । ଏକ ରିପୋର୍ଟ ଅନୁସାରେ ଆଗାମୀ ୩୦୦ ବର୍ଷରେ ସାରା ବିଶ୍ୱର ଜନସଂଖ୍ୟା ଏକ-ଚତୁର୍ଥାଂଶ କମ୍ ହୋଇଯିବ । ଅର୍ଥାତ୍ ଯାହା ଆଜି ୮ ଶହ କୋଟି ରହିଛି, ତାହା ହ୍ରାସ ପାଇ ୨ଶହ କୋଟି ହୋଇଯିବ । ଜନସଂଖ୍ୟା ହ୍ରାସ ପାଇଲେ ଅର୍ଥନୀତି ମଧ୍ୟ ସଂକୁଚିତ ହୋଇଯିବ । ଏହି ତଥ୍ୟ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ବିଶେଷଜ୍ଞଙ୍କ ଅନୁସାରେ ୨୦୫୦ ବେଳକୁ ବିଶ୍ୱ ଜନସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ଏହି ସମୟରେ ଏହା ପ୍ରାୟ ଏକ ହଜାର କୋଟି ହୋଇପାରେ ।

ଟେକ୍ସାସ୍ ୟୁନିଭର୍ସିଟି ପପୁଲେସନ୍ ରିସର୍ଚ୍ଚ ସେଣ୍ଟର୍ ଡିନ୍‌ଙ୍କ କହିବା ଅନୁସାରେ ଉତ୍ତରପିଢ଼ିଗୁଡ଼ିକ ହ୍ରାସ ପାଉଥିବା ଜନସଂଖ୍ୟା ଦେଖିବେ । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ବର୍ତ୍ତମାନ ଟୋଟାଲ୍ ଫର୍ଟିଲିଟି ରିପ୍ଲେସ୍‌ମେଣ୍ଟ୍ (ଟିଏଫ୍‌ଆର୍‌) ୨.୧ ରହିଛି, ଯାହା ୨୦୨୭ ବେଳକୁ ହ୍ରାସ ପାଇ ୨.୦ ହୋଇଯିବ । ଅର୍ଥାତ୍ ମାତା-ପିତାଙ୍କ ଅନୁପାତରେ ସନ୍ତାନଙ୍କ ସଂଖ୍ୟା ହାରାହାରି ଦୁଇ ହେବ । ଏବେ ଏହାର ସାମାନ୍ୟ ଅଧିକ ରହିବ ।

ସୂଚନାଯୋଗ୍ୟ, ବହୁତ ବଡ଼ ଅର୍ଥବ୍ୟବସ୍ଥା ବିଶିଷ୍ଟ ଦେଶରେ ଟିଏଫ୍‌ଆର୍ ପୂର୍ବରୁ ଦୁଇରୁ ତଳକୁ ଖସିଆସିରିଛି । ଏହି ଅନୁସାରେ ଦେଶଗୁଡ଼ିକରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ । ବର୍ତ୍ତମାନ ସମୟରେ ସର୍ବାଧିକ ଯୁବକ/ଯୁବତୀ ଥିବା ଭାରତର ହାରାହାରି ବୟସ ୨୮ ବର୍ଷ ରହିଛି । କିନ୍ତୁ ୨୦୪୮ ବେଳକୁ ଏହା ୪୦ ବର୍ଷରେ ପହଞ୍ଚିବ । ଏହି ହିସାବରେ ସାରା ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇସାରିଛି, ଯାହା ମନୁଷ୍ୟ ସମାଜର ଅସ୍ଥିତ୍ୱ ପ୍ରତି ବିପଦର ଘଣ୍ଟି ମଧ୍ୟ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking