27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆତିଦ୍ୟ ଏଲ୍‌୧ ଅନ୍ତିମ ଚରଣ ନିକଟବର୍ତ୍ତୀ: ଇସ୍ରୋ ମୁଖ୍ୟ

ଆତିଦ୍ୟ ଏଲ୍‌୧ ଅନ୍ତିମ ଚରଣ ନିକଟବର୍ତ୍ତୀ: ଇସ୍ରୋ ମୁଖ୍ୟ

ତିରୁଅନନ୍ତପୁରମ୍ : ଭାରତର ପ୍ରଥମ ଅନ୍ତରୀକ୍ଷ ମିଶନ୍ ଅଧୀନରେ ପ୍ରକ୍ଷେପିତ ‘ଆଦିତ୍ୟ ଏଲ୍‌୧’ ଅନ୍ତରୀକ୍ଷ ଯାନ ନିଜର ଅନ୍ତିମ ଚରଣ ନିକଟବର୍ତ୍ତୀ ହୋଇଛି । ଏହା ସହିତ ଏଲ୍‌୧ ପଏଣ୍ଟରେ ଏହାର ପ୍ରବେଶ ପ୍ରକ୍ରିୟା ୨୦୨୪ ଜାନୁଆରୀ ୭ ମଧ୍ୟରେ ପୂରା ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ପ୍ରମୁଖ ଏସ୍ ସୋମନାଥ କହିଛନ୍ତି । ଧ୍ୱନି ରକେଟ୍ ପ୍ରକ୍ଷେପଣର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକ୍ରମ ସରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସୋମନାଥ କହିଛନ୍ତି ଯେ ‘ଆଦିତ୍ୟ ଠିକ୍ ରାସ୍ତାରେ ଅଛି ଏବଂ ଏହା ନିଜର ଅନ୍ତିମ ଚରଣରେ ପ୍ରାୟତଃ ପହଞ୍ଚିଗଲାଣି ବୋଲି ମୁଁ ଭାବୁଛି । ଏହା ଏଲ୍‌୧ ପଏଣ୍ଟ୍‌ରେ ପ୍ରବେଶର ଅନ୍ତିମ ପ୍ରସ୍ତୁତି ସହ ଆଗେଇ ଚାଲିଛି ।

ସୂଚନାଯୋଗ୍ୟ, ଆଦିତ୍ୟ ଏଲ୍‌୧ ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍ ଅନ୍ତରୀକ୍ଷ କେନ୍ଦ୍ର (ଏସ୍‌ଡିଏସ୍‌ସି)ରୁ ସଫଳତାପୂର୍ବକ ପ୍ରକ୍ଷେପଣ କରାଯାଇଥିଲା । ଇସ୍ରୋ ଅନୁସାରେ ଏହା ସୂର୍ଯ୍ୟର ଅଧ୍ୟୟନ କରିବା ନିମନ୍ତେ ପ୍ରଥମ ଅନ୍ତରୀକ୍ଷ ଆଧାରିତ ଲାବୋରାଟୋରୀ । ଅନ୍ତରୀକ୍ଷ ଯାନ ୧୨୫ ଦିନରେ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିମି ଯାତ୍ରା କରିବା ପରେ ଲାଗ୍ରାଜିଅନ୍ ପଏଣ୍ଟ୍ ‘ଏଲ୍‌୧’ ନିକବର୍ତ୍ତୀ ଏକ ପ୍ରଭାମଣ୍ଡଳ ପକ୍ଷରେ ସ୍ଥାପିତ ହେବ । ଏଲ୍‌୧ ବିନ୍ଦୁକୁ ସୂର୍ଯ୍ୟର ସବୁଠୁ ନିକଟତମ ପଏଣ୍ଟ୍ ଗଣାଯାଇଥାଏ । ଆଦିତ୍ୟ ଏଲ୍‌୧ ସୂର୍ଯ୍ୟର ରହସ୍ୟ ଜାଣିବା ନିମନ୍ତେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଅଧ୍ୟୟନ କରିବା ସହିତ ବିଶ୍ଳେଷଣ ନିମନ୍ତେ ଏହାର ଫଟୋ ପୃଥିବୀକୁ ପଠାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking