33.1 C
Bhubaneswar
Sunday, April 28, 2024
HomeUncategorizedପସ୍କୋ ନିଷ୍ପତିକୁ ବିରୋଧ କରି ଜଷ୍ଟିସଙ୍କୁ କଣ୍ଡୋମ ପଠାଇଲେ ମହିଳା

ପସ୍କୋ ନିଷ୍ପତିକୁ ବିରୋଧ କରି ଜଷ୍ଟିସଙ୍କୁ କଣ୍ଡୋମ ପଠାଇଲେ ମହିଳା

ନୂଆଦିଲ୍ଲୀ : ଅହମ୍ମଦାବାଦରୁ ଆସଥିବା ଜଣେ ମହିଳା ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ ଭି. ଗଣେଡିୱାଲାଙ୍କୁ ୧୫୦ଟି କଣ୍ଡୋମ ପଠାଇଛନ୍ତି ।ଜଣେ ରାଜନୈତିକ ବିଶ୍ଲେଷକ ବୋଲି ଦାବି କରୁଥିବା ଦେବଶ୍ରୀ ତ୍ରିବେଦୀ କହିଛନ୍ତି ଯେ ,ଜଷ୍ଟିସ ଭି. ଗଣେଡିୱାଲାଙ୍କ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ରେଜିଷ୍ଟ୍ରି ଚାମ୍ବର ଏବଂ ମୁମ୍ବାଇର ମୁଖ୍ୟ ଆସନ ସମତେ ମୋଟ ୧୨ ଟି ସ୍ଥାନକୁ ସେ କଣ୍ଡୋମ ପଠାଇଛନ୍ତି ।

ତ୍ରିବେଦୀ କହିଛନ୍ତି , “ମୁ ଅନ୍ୟାୟକୁ ସହ୍ୟ କରିପାରିବି ନାହିଁ । ଜଷ୍ଟିସ ଭି. ଗଣେଡିୱାଲାଙ୍କ ବିଚାର ଯୋଗୁଁ ଜଣେ ନାବାଳିକାକୁ ନ୍ୟାୟ ମିଳିଲା ନାହିଁ । ମୁଁ ତାଙ୍କୁ (ଜଷ୍ଟିସ ଭି. ଗଣେଡିୱାଲାଙ୍କ) ନିଲମ୍ବିତ କରିବାକୁ ଦାବି କରୁଛି” ।

ତ୍ରିବେଦୀଙ୍କ କହିବା ଅନୁସାରେ ଜାନୁଆରୀ ୧୯ ରେ ଜଷ୍ଟିସ ଭି. ଗଣେଡିୱାଲା ଦେଇଥିବା ନିଷ୍ପତିରେ ସେ ଯୌନ ନିର୍ଯାତନା ମାମଲାରେ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି । ତାଙ୍କ ନିଷ୍ପତି ଅନୁୟାୟୀ, ସିଧାସଳଖ ‘ଚର୍ମ ରୁ ଚର୍ମ’ ଶାରୀରିକ ସମ୍ପର୍କ ବିନା ନାବାଳିକାର ସ୍ତନକୁ ଦବାଇବା ଦ୍ୱାରା ଏହା ପସ୍କୋ ଆକ୍ଟରେ ଯୌନ ନିର୍ଯାାତନା ନୁହଁ ।

ତ୍ରିବେଦୀ କହିଛନ୍ତି ସେ ଫେବୃଆରୀ ୯ ରେ ପ୍ୟାକେଟ ପଠାଇଥିଲେ । ସେଥିମଧ୍ୟରୁ କିଛି ପାଇଁ ସେ ଡେଲିଭରି ରିପୋର୍ଟ ପାଇଛନ୍ତି । ସେ କହିଥିଲେ ଯେ, ‘ମତେ ଲାଗୁନି ମୁଁ କିଛି ଭୁଲ କରିଛି । ମହିଳା ମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଛିଡା ହେବାକୁ ପଡିବ । ପୁରୁଷ ମାନେ ଏହି ଭଳି ନିଷ୍ପତିରେ ମହିଳା ମାନଙ୍କୁ ଯୌନ ନିର୍ଯାତନା ପାଇଁ ଭୟ ମୁକ୍ତ ହୋଇ ଗଲେ’ ।

ସମାଲୋଚନାକୁ ଆମନ୍ତ୍ରଣ କରିଥିବା ଜଷ୍ଟିସ କହିଛନ୍ତି ଯେ ନାବାଳିକାର ହାତ ଧରିବା , ଅଭିଯୁକ୍ତର ପ୍ୟାଣ୍ଟ ଜିପ ଖୋଲିବା ଯୌନ ନିର୍ଯାତନା ଭିତରେ ଆସୁନାହିଁ । ତେବେ ନାଗପୁର ବେଞ୍ଚର କାର୍ଯ୍ୟାଳୟରେ ଏହି ପ୍ୟାକେଟ ପହଞ୍ଚି ନାହିଁ । ନାଗପୁର ବାର ଆସୋସିଏସନର ବରିଷ୍ଠ ଓକିଲ ଶ୍ରିରଙ୍ଗ ଭଣ୍ଡାରକର କହିଛନ୍ତି, ‘ଏହା ଅଦାଲତର ଅବମାନନା , ଏହି ମହିଳାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ’ । ଫେବୃଆରୀ ୨୦୧୯ ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିିବା ଜଷ୍ଟିସ ଗଣେଡିୱାଲାଙ୍କୁ ଜାନୂଆରୀ ୨୦୨୧ରେ ସୁପ୍ରିମକୋର୍ଟର କଲେଜିୟମ ଦ୍ୱାରା ସ୍ଥାୟୀ ବିଚାରପତି କରିବାକୁ ସୁପାରିସ କରାଯାଇଥିଲ । ତଥାପି ବିବାଦ ବିଚାର ପରେ କଲେଜିୟମ ଏହାର ସୁପାରିସ ପ୍ରତ୍ୟାହାର କରିନେଇଥିଲା ଏବଂ ଅତିରିକ୍ତ ବିଚାରପତି ଭାବେ ଜଷ୍ଟିସଙ୍କ କାର୍ଯ୍ୟକାଳକୁ ୧ ବର୍ଷ ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking