28.3 C
Bhubaneswar
Sunday, May 12, 2024
Homeଓଡିଶାକୋରାଇ ବ୍ଲକ ଯୋଗାଣ ବିଭାଗ ପାତର ଅନ୍ତର ସରକାର ଙ୍କ ଆଇନ କୁ ବେଖାତିର

କୋରାଇ ବ୍ଲକ ଯୋଗାଣ ବିଭାଗ ପାତର ଅନ୍ତର ସରକାର ଙ୍କ ଆଇନ କୁ ବେଖାତିର

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର କୋରାଇ ବ୍ଲକ ର ଯୋଗାଣ ବିଭାଗ ସରକାର ଙ୍କ ଆଇନ କୁ ବେଖାତିର କରି ବେନିୟମ କାର୍ଯ୍ୟ କରୁଥିବା ର ଅଭିଯୋଗ ହେଉଛି l ଆଇନ ସମସ୍ତେ ଙ୍କ ପାଇଁ ସମାନ ହୋଇ ଥିଲେମଧ୍ୟ କେତକ ଡିଲର ର ବେନିୟମ କାର୍ଯ୍ୟ କରୁ ଥିଲେ ମଧ୍ୟ ସେମାନଂକୁ ଯୋଗାଣ ଅଧିକାରୀ ଘଣ୍ଟ ଘୋଡାଉ ଛନ୍ତି l ସରକାର ନିୟମ ଅନୁସାରେ ଡିଲର ମାନଙ୍କନାମ ରେ ରେସନ କାର୍ଡ ଥିଲେ ସେମାନେ ଡିଲର ହୋଇ ପାରିବେ ନାହଁ l ସେହି ଅନୁସାରେ 3ଜଣ ଡିଲର ଙ୍କୁ ଯଥା ମକୁନ୍ଦ ପୁର ଜଣେ ଗୌର ପଂଚାୟତ ର 2ଜଣ ଡିଲର ଙ୍କୁ ନିଲମ୍ବିତ କରା ଯାଇ ଥିବା ସ୍ଥଳେ ତାରାକୋଟ ଓବରୁଣ୍ଡେଇ ପଂଚାୟତ ର 2ଜଣ ଙ୍କ ନାମ ରେ ରେସନ କାର୍ଡ ଅଛି l କିନ୍ତୁ ସେମାନଙ୍କୁ ନିଲମ୍ବିତ କରା ଗଲା ନାହିଁ ଯୋଗାଣ ଅଧିକାରୀ ଙ୍କ ସରକାର ଙ୍କ ଆଇନ କୁ ବେଖାତିର କରି ଥିବା ର ପ୍ରମାଣ ମିଳୁଛି l ଡିଲର ମାନଂକୁ ପାତର ଅନ୍ତର କରିବା ନେଇ ପ୍ରଶ୍ନଵାଚି ସୃଷ୍ଟି କରିଛି l ବରୁଣ୍ଡେଇ ଡିଲର କାର୍ଡ ନଂ 1308611718, ତାରାକୋଟ ଡିଲର ରେସନ କାର୍ଡ 13080610328ରହିଛି l କିନ୍ତୁ ଯୋଗାଣ ଅଧିକାରୀ ନିଲମ୍ବିତ ପରିଵତେ ସେମାନଙ୍କ କାର୍ଡ କୁ ସରେଣ୍ଡର କରି ଡିଲର ଙ୍କୁ ନିଲମ୍ବିତ ନ କରିବା କି ରହସ୍ୟ ଅଛି !ଯାଜପୁର ଜିଲ୍ଲା ପାଲ ଦୃଷ୍ଟି ଦେବା ପାଇଁ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking