34.1 C
Bhubaneswar
Friday, March 29, 2024
Homeଓଡିଶା18ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରି ଆଇ ଏନ ଟି ୟୁ ସି ଏବଂ...

18ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରି ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ଯାଜପୁର ରୋଡ ଠାରେ ରେଳରୋକ

ଯାଜପୁର : ଆଜି  ଅଖିଳ ଭାରତ କୃଷକ ସଂଘର୍ଷ ସମିତି ପକ୍ଷରୁ ଫେବୃଆରୀ 18 ତୁରନ୍ତ କୃଷି ବିଲ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ରେଳରୋକ ଡାକରାକୁ ସମର୍ଥନ କରି ଯାଜପୁର ଜିଲ୍ଲାରେ ସଫଳ କରିବା ପାଇଁ ଆଜି ବ୍ୟାସନଗର ସ୍ଥିତ ଆଇ ଏନ ଟି ୟୁ ସି କାର୍ଯ୍ୟାଳୟ ଠାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା !ସଭାର ପ୍ରାରମ୍ଭରେ ସହିଦ ହୋଇଥିବା 200ରୁ ଉର୍ଦ୍ଧ ଆନ୍ଦୋଳନ କାରୀ କୃଷକ ନେତା ଓ ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ଉଦ୍ଦେଶ୍ୟ ରେ ୨ ମିନିଟ ଶୋକ ପ୍ରାର୍ଥନା କରାଯାଇଥିଲା !ଯାଜପୁର ରୋଡ ଠାରେ 18ଫେବୃଆରୀ ଅପରାହ୍ନ 12ଟା ରୁ 4ଟା ପର୍ଯ୍ୟନ୍ତ ରେଳରୋକ ଆହ୍ୱାନ କୁ ସଫଳ କରିବା ନିମନ୍ତେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଏକ ପ୍ରସ୍ତାବ ଆଗତ କରିଥିଲେ !ଆଜକୁ 82ଦିନ ଧରି କୃଷକ ମାନେ ନିଜର ଅଧିକାର ନିମନ୍ତେ ଲଢେଇ ଜାରି ରଖି ତୁରନ୍ତ ଏଭଳି କୃଷକ ବିରୋଧୀ ବିଲ କୁ ପ୍ରତ୍ୟାହାର କରିବା, ଗଣତାନ୍ତ୍ରିକ ଆନ୍ଦୋଳନ କୁ ବି ଜେ ପି ସରକାର ଭଣ୍ଡୁର କରିବା ନିମନ୍ତେ ସାମ୍ପ୍ରଦାୟିକ ଶକ୍ତି ମାନଙ୍କୁ ଷଡଯନ୍ତ୍ର କରି ଆନ୍ଦୋଳନ ରେ ପ୍ରବେଶ କରାଇ କୃଷକ ନେତା ମାନଙ୍କ ନାମରେ ମିଥ୍ୟା ମୋକଦ୍ଦମା ରୁଜୁ କରିବା ଘଟଣା କୁ ବୈଠକ ରେ ଦୃଢ଼ ନିନ୍ଦା କରାଯାଇଥିଲା !ଅନ୍ୟ ଏକ ପ୍ରସ୍ତାବରେ ମହାମାରୀ କରୋନା ର ଭୟ ଦେଖାଇ ବଡ଼ ବଡ଼ କର୍ପୋରେଟ ସଂସ୍ଥାର ପ୍ରରୋଚନା ରେ ଅଗଣତାନ୍ତ୍ରିକ ଭାବେ ଅଧ୍ୟାଦେଶ ଜରିଆରେ ବିଲ ପାସ କରିବା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସହିତ ଆଲୋଚନା ନକରି ଘରୋଇ ସଂସ୍ଥା ସହିତ ସନ୍ଧି କରି ପୁଞ୍ଜିପତି ମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ 44ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି 4ଗୋଟି କୋର୍ଡ ନାମରେ ଶ୍ରମିକ କର୍ମଚାରୀ ମାନଙ୍କ ଅଧିକାର କୁ ସଂକୁଚିତ କରିବା ଏକ ଗଣତାନ୍ତ୍ରିକ ଦେଶରେ ସରକାର ଙ୍କ ଏହା ସଠିକ ପଦକ୍ଷେପ ନୁହେଁ ବୋଲି ଉପସ୍ଥିତ ନେତୃ ବୃନ୍ଦ ଆଲୋଚନା କରିଥିଲେ !ଏହି ପ୍ରସ୍ତୁତି ବୈଠକ ରେ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ଶ୍ରମିକ ନେତା ପରମାନନ୍ଦ ସେଠୀ, ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ବିଜୟ କୁମାର ବୋଇତାଇ,ଚନ୍ଦ୍ରକାନ୍ତ ଖଣ୍ଡାଇ, ସତ୍ୟପ୍ରକାଶ କୁଅଁର, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ସି ଆଇ ଟି ୟୁ ର ବେବିନା ଜେନା, ଲାଳମଣୀ ମୁଣ୍ଡା, ସନ୍ତୋଷ ବରାଳ, ଧୀରେନ୍ଦ୍ର ବେହେରା, ବିଜୟଲଷ୍ମୀ ମହାନ୍ତି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ !ସେହିଦିନ ଗୋପବନ୍ଧୁ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ପ୍ରତିବାଦ ସଭା ପରେ ଶୋଭାଯାତ୍ରା ବାହାରି ରେଳରୋକ କାର୍ଯ୍ୟକ୍ରମ କରାଯିବ ବୋଲି ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି !
– ରିପୋର୍ଟ ଅଭିମନ୍ୟୁ ମିଶ୍ର 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking