27.1 C
Bhubaneswar
Friday, June 28, 2024
Homeଅପରାଧପରିବାର ଲୋକଙ୍କ ସାମ୍‌ନାରେ ଦୁଷ୍କର୍ମର ଶିକାର ହେଲେ ଘରର ମହିଳା

ପରିବାର ଲୋକଙ୍କ ସାମ୍‌ନାରେ ଦୁଷ୍କର୍ମର ଶିକାର ହେଲେ ଘରର ମହିଳା

ନୂଆଦିଲ୍ଲୀ: ପରିବାର ଲୋକଙ୍କ ସାମ୍‌ନାରେ ଦୁଷ୍କର୍ମର ଶିକାର ହେଲେ ଘରର ମହିଳା । ଜଣେ ନୁହେଁ ୩ ତିନି ଜଣ । ଗୋଟିଏ ପରିବାରର ୩ଜଣ ମହିଳାଙ୍କୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଦୁଷ୍କର୍ମର ଶିକାର ହୋଇଥିବା ୩ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ବି ହୋଇଛି । ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏହି ପରିବାର ଅତ୍ୟନ୍ତ ଗରିବ ହୋଇଥିବାବେଳେ ସେମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି । ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ହରିୟାଣାର ପାନିପଥରେ । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣର ଶିକାର ହୋଇଛି ଏହି ପରିବାର । ରାତି ପ୍ରୟ ଗୋଟାଏ ସମୟରେ କିଛି ଦୁଷ୍କର୍ମକାରୀ ଏପରି କରିଛନ୍ତି । ଘର ଭିତରେ ପଶିବା ସହ ବନ୍ଧୁକ ମୁନରେ ଡରାଇ ପରିବାରର ସଦସ୍ୟମାନଙ୍କୁ ଅଟକାଇଥିଲେ ।

ପରେ ପରେ ପରିବାରରେ ଥିବା ୩ଜଣ ମହିଳାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ, ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହରିୟାଣାରୁ ସାମ୍‌ନାକୁ ଆସିଥିବା ଏହି ଲୋମହର୍ଷଣକାରୀ ଘଟଣା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ମାମଲା ରୁଜୁ ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପୀଡ଼ିତାମାନଙ୍କ ପରିବାରକୁ ଭେଟିବା ପରେ ପଚରାଉଚରା କରିଛନ୍ତି । ଉଭୟ ଦୁଇ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ମହିଳାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking