କେନ୍ଦୁଝର: ସରକାର ଭୂମିହୀନ ଥିବା ଗ୍ରାମବାସୀ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ । କିନ୍ତୁ ସେହି ଚିହ୍ନଟ ପଟ୍ଟା ଜମି ଉପରେ ଜଣେ ପ୍ରଭାବଶାଳି ଲୋକ ଚାଷ କରୁଛି। ତାକୁ ଯେତେ କହିଲେ ବି ସେ ଶୁଣୁନଥିବା ଅଭିଯୋଗ କରିଛନ୍ତି ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଚାଳିଶ ରୁ ଉର୍ଦ୍ଧ୍ବ ଗ୍ରାମବାସୀ । ଏନେଇ ସେମାନେ ଥାନା ,ତହସିଲ ଆଦିରେ ଅଭିଯୋଗ କରିଥିଲେ ମଧ୍ୟ ତାର କିଛି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀମାନେ । ସେଠାରୁ ନିରାଶ ହେବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତୁରୁମୁଙ୍ଗା ଗ୍ରାମର ଗ୍ରାମବାସୀ ମାନେ । ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।