37.1 C
Bhubaneswar
Sunday, April 28, 2024
Homeଓଡିଶାହାତୀ ପଲଙ୍କ ଆତଙ୍କ:  ସଞ୍ଜ ନଇଁଲେ ଗାଁରେ ପଡୁଛି ତାଟି କବାଟ

ହାତୀ ପଲଙ୍କ ଆତଙ୍କ:  ସଞ୍ଜ ନଇଁଲେ ଗାଁରେ ପଡୁଛି ତାଟି କବାଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଏପରିକି ହାତୀ ମାନେ କ୍ରମଶଃ ହିଂସ୍ର ରୂପ ଧାରଣ ଧନ, ଜୀବନ ନଷ୍ଟ କରି ଲୋକଙ୍କୁ ଜୀବନରେ ମାରି ପକାଉଛନ୍ତି । ହେଲେ ହାତୀ ଉପଦ୍ରବ ସମଗ୍ର ଉପଖଣ୍ଡ ଅଞ୍ଚଳରେ ଜାରି ରହି ଥିବା ବେଳେ ସୋମବାର ରାତିରେ ରେଢାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ , ମୋଚିବାହାଳ ପଞ୍ଚାୟତ ଅନ୍ତର୍ଗତ ସାଇବେର୍ଣ୍ଣି ଗ୍ରାମରେ ଜଙ୍ଗଲୀ ହାତୀ ପଲ ଆସି ଗ୍ରାମରେ ବ୍ୟାପକ ଧାନ ଫସଲ ନଷ୍ଟ କରି ଅଛନ୍ତି । ବିଶେଷ କରି ଉକ୍ତ ଗ୍ରାମର ଜଗା ଦେହୁରୀଙ୍କ ୨ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ ଦେଇଛନ୍ତି ।

ସେହିପରି ଗତ ସେପ୍ଟେମ୍ବର ୨୩ ରାତିରେ ଦନ୍ତା ହାତୀ ଆକ୍ରମଣରେ ରେଢାଖୋଲ ରେଞ୍ଜ ଘୋଷରମାଳ ପଞ୍ଚାୟତ  ବ୍ରାହ୍ମଣୀ ଗ୍ରାମରେ ସୁମିତ୍ରା ଦେହୁରୀଙ୍କୁ ହାତୀ ଦଳି ମାରି ପକାଇ ଥିବା ବେଳେ ସେହି ଗ୍ରାମରେ ହାତୀପଲ ସବୁ ଅନେକ ଲୋକଙ୍କ ଧାନ ଫସଲ ଖାଇବା ସହ ବ୍ରାହ୍ମଣୀ ଗାଁ ଅଞ୍ଚଳ ଆଜକୁ ପ୍ରାୟ ୨୦ ଦିନ ହେବ ଗାଁ ଛାଡୁ ନାହାନ୍ତି । ସଞ୍ଜ ନଇଁଲେ ଗାଁ ପାଖକୁ ହାତୀ ପଲ ମାଡି ଆସି ଧାନ ଫସଲ ଖାଇବା ଆରମ୍ଭ କରିବା ସହ ଫସଲ ସବୁ ନଷ୍ଟ କରୁ ଛନ୍ତି । ଫଳରେ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡୁ ଛନ୍ତି ।

ହେଲେ ବନ ବିଭାଗ ହାତୀ ଘଉଡାଇବା ଦିଗରେ ବେଶ ତତ୍ପର ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବନ ବିଭାଗକୁ ଖବର ଦେଲେ ମଧ୍ୟ ହାତୀ ଘଉଡାଇବା ଦିଗରେ ଲୋକଙ୍କୁ ସହଯୋଗ କରୁ ନ ଥିବା ଲୋକେ ପ୍ରକାଶ କରୁଛନ୍ତି । ଏ ସଂକ୍ରାନ୍ତରେ ବଡମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରେ ସାଇବେର୍ଣ୍ଣି ଗ୍ରାମରେ ହାତୀ ଖାଇ ଥିବା ଜାଣିବାକୁ ପାଇଛି । ଅଭିଯୋଗ ପରେ କ୍ଷୟ କ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିବା ସହିତ ହାତୀ ଘଉଡାଇବା ଦିଗରେ ବନ ବିଭାଗ ବିଶେଷ ପଦକ୍ଷେପ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking