28.1 C
Bhubaneswar
Friday, March 29, 2024
Homeଅପରାଧଆଇପିଏଲ୍ ଅନ୍‌ଲାଇନ ବେଟିଂର କିଙ୍ଗପିନ୍ ସମେତ ୮ ଗିରଫ

ଆଇପିଏଲ୍ ଅନ୍‌ଲାଇନ ବେଟିଂର କିଙ୍ଗପିନ୍ ସମେତ ୮ ଗିରଫ

ଗଞ୍ଜାମ : ଆଇପିଏଲ ଅନ୍‌ଲାଇନ ବେଟିଂ ଘଟଣାରେ ବୈଦ୍ୟନାଥ ପୁର ଥାନା ପୁଲିସ କିଙ୍ଗପିନ ସମେତ ୮ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଲାଞ୍ଜିପଲ୍ଲି ପାଢ଼ୀ କଲୋନୀର ଜଗନ୍ନାଥ ଚୌଧୁରୀ ଓ ତାଙ୍କ ସହଯୋଗୀ ହଳଦିଆ ପଦର ସନ୍ତୋଷ କୁମାର ନାୟକ, ଗୋଷାଣୀନୂଆଗାଁ ବୈଦ୍ୟ ସାହିର ଅଜିତ କୁମାର ସାହୁ, ଅମ୍ବିକା ନଗର ପ୍ରଥମ ଗଳିର ସବ୍ୟସଚୀ ପାଢ଼ୀ, କ୍ରୀର୍ତ୍ତିରଞ୍ଜନ ଶତପଥୀ, ବିଜୁପୁରର ନୀଳାଦ୍ରି ପାଢ଼ୀ, ଗୋଷାଣୀନୂଆଗାଁ ରାମ ପ୍ରସାଦ ଚୌଧୁରୀ ଓ ସାଳିଆ ବନ୍ଧ ସାହିର ବିନୋଦ ପଣ୍ଡା ବୋଲି ପୁଲିସ କହିଛି । ଏ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ନିକଟରୁ ନଗର ୮ଲକ୍ଷ ୬୩ହଜାର ୨ଶହ ଟଙ୍କା ସହ ୧୧ଗୋଟି ଦାମୀ ମୋବାଇଲ ଜବତ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ଲାଞ୍ଜିପଲ୍ଲୀ ଅଞ୍ଚଳରେ ଅନ୍‌ଲାଇନ ବେଟିଂ ଚାଲୁଥିବା ବୈଦ୍ୟନାଥପୁର ଥାନା ପୁଲିସ ଖବର ପାଇଥିଲା । ଖବର ଅନୁସାରେ ପୁଲିସ  ଗତକାଲି ରାତିରେ ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ଲାଞ୍ଜିପଲ୍ଲୀ ପାଢ଼ୀ କଲୋନୀର ଜଗନ୍ନାଥ ପ୍ରଧାନଙ୍କ ଘରେ ଚଢ଼ଉ କରିଥିଲା । ସେଠାରୁ ଜଗନ୍ନାଥଙ୍କ ସମେତ ୮ ଜଣ ଯୁବକ ଆଇପିଏଲ ଖେଳକୁ ନେଇ ବେଟିଂ କରୁଥିବା ପୁଲିସ ଜାଣିଥିଲା । ଏମାନଙ୍କୁ ଗିରଫ କରି ପୁଲିସ ପଚରାଉଚରା କରିଥିଲା । ଅଭିଯୁକ୍ତମାନେ ୨ଟି ୱେବସାଇଟ ଜରିଆରେ ଆଇପିଏଲ ଖେଳକୁ ନେଇ ବେଟିଂ କରୁଥିବା ପୁଲିସ କହିଥିଲା । ଏହି ୱେବସାଇଟ ଗୁଡିକ କାନାଡ଼ାରେ ପ୍ରସ୍ତୁତ ହୋଇଥିବା ପୁଲିସ କହିଛି ।

ଏହା ସହ ଆଇପିଏଲ ଅନ୍‌ଲାଇନ ବେଟିଂରେ ଲିପ୍ତ କିଙ୍ଗପିନ ସମେତ ବ୍ରହ୍ମପୁରର ୮ ଜଣ ଯୁବକଙ୍କୁ ବୈଦ୍ୟନାଥପୁର ପୁଲିସ ମାମଲା ରୁଜୁ କରି ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୮ ଲକ୍ଷ ୩୬ ହଜାର ୨୦୦ ଟଙ୍କା ଜବତ କରିଛି । ଆଜି ଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୫ ଦିନ ରିମାଣ୍ଡ ଆଣିବା ନିମନ୍ତେ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ମାନଙ୍କ ସମସ୍ତ ଆକାଉଣ୍ଟ ଯାଞ୍ଚ କରାଯିବା ସହ ଏମାନଙ୍କ ଆର୍ôଥକ କାରବାର ତଦନ୍ତ ପରିସର ଭୁକ୍ତ ହେବ ବୋଲି ଏସପି କହିଛନ୍ତି । ଏହା ସହ ଏହି ୱେବସାଇଟ ଗୁଡିକ କେଉଁ କେଉଁ ମାନେ ବ୍ୟବହାର କରୁଛନ୍ତି, ଏଭଳି ଆଇପିଏଲ ଅନ୍‌ଲାଇନ ବେଟିଂରେ ଅଭିଯୁକ୍ତମାନେ କେବେଠୁ ଲିପ୍ତ ଅଛନ୍ତି ଏହା ଉପରେ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking