28.1 C
Bhubaneswar
Thursday, March 28, 2024
Homeଅପରାଧଲଭ୍ ଜିହାଦର ଭୟଙ୍କର ପରିଣାମ; ଧର୍ମ ପରିବର୍ତ୍ତନ ନକରିବାରୁ ବିଷ ପିଆଇଲା ଲିଭ୍‌-ଇନ୍ ପାର୍ଟନର୍‌

ଲଭ୍ ଜିହାଦର ଭୟଙ୍କର ପରିଣାମ; ଧର୍ମ ପରିବର୍ତ୍ତନ ନକରିବାରୁ ବିଷ ପିଆଇଲା ଲିଭ୍‌-ଇନ୍ ପାର୍ଟନର୍‌

ଲକ୍ଷ୍ନୌ: ଲଭ୍ ଜିହାଦର ଭୟଙ୍କର ପରିଣାମ । ଉତ୍ତରପ୍ରଦଶରେ ‘କେରଲା ଷ୍ଟୋରି’ ପରି ମାମଲା । ୨୪ ବର୍ଷୀୟ ଗର୍ଭବତୀ ଗର୍ଲଫ୍ରେଣ୍ଡ ଇସ୍‌ଲାମ୍ ଧର୍ମ ଗ୍ରହଣ କରିବାକୁ ରାଜି ନହେବାରୁ ପ୍ରେମିକ ଓ ଅନ୍ୟ ଜଣେ ଯୁବକ ମିଶି ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏପରି ଏକ ନାରକୀୟ କାଣ୍ଡ ଘଟିଛି ସାହାଜାହାନପୁରରେ । ମୃତ ଯୁବତୀଙ୍କ ନାମ ସୀମା ଗୌତମ, ବୟସ ୨୪ ବର୍ଷ । ନାଭେଦ୍ ନାମକ ଜଣେ ମୁସଲମାନ୍ ଯୁବକଙ୍କ ସହ ସେ ଲିଭ୍‌-ଇନ୍ ସମ୍ପର୍କରେ ଥିଲେ । ଉଭୟ ରୋଜା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ ।

ତେବେ ଗତ ଶନିବାର ଦିନ ସୀମା ଗୌତମଙ୍କୁ ଉତ୍ତର ପ୍ରଦେଶର ଲଖିମପୁର ଖେରି ସ୍ଥିତ ଏକ ହସ୍ପିଟାଲ୍‌କୁ ନେଇଥିଲେ ଦୁଇ ଅଭିଯୁକ୍ତ ନାଭେଦ୍ ଓ ଫରହାନ୍ । ଡାକ୍ତରଖାନାରେ ଭର୍ତ୍ତି କରିବା ବେଳେ ସୀମାଙ୍କୁ ନାଭେଦଙ୍କ ସ୍ତ୍ରୀ ଜୋୟା ସିଦ୍ଦିକି କହି ଆଡମିଟ୍ କରିଥିଲେ । ହେଲେ ଗର୍ଭବତୀ ଯୁବତୀଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ପହଞ୍ଚିବା ଆଗରୁ ଦୁହେଁ ଡାକ୍ତରଖାନାରୁ ଖସି ପଳାଇଥିଲେ ।

ଝିଅର ଭାଇ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ସୀମାଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲା ନାଭେଦ୍ । ଏଥିପାଇଁ ସୀମାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲା । ଏହାରି ଭିତରେ ସେ ଗର୍ଭବତୀ ହୋଇଥିଲେ ବି ନିର୍ଯାତନା ଦିନକୁ ଦିନ ବଢ଼ି ଚାଲିଥିଲା । ଆଉ ସେ ହିଁ ସୀମାଙ୍କୁ ବିଷ ପିଆଇ ମାରି ଦେଇଥିବା କହିଛନ୍ତ ମୃତକଙ୍କ ଭାଇ । ଅଭିଯୋଗ ପରେ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଏଥିରେ ସମ୍ପୃକ୍ତ ଆଉ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking