28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଋଣ ସୁଝି ନ ପାରି ଆତ୍ମହତ୍ୟା କଲେ ଝିଅ-ଜ୍ୱାଇଁ

ଋଣ ସୁଝି ନ ପାରି ଆତ୍ମହତ୍ୟା କଲେ ଝିଅ-ଜ୍ୱାଇଁ

କୋଲକାତା: ଝିଅ ଜ୍ୱାଇଁଙ୍କ ଦୁଃଖ ଦେଖି ନପାରି ବୃଦ୍ଧ ଦମ୍ପତି ତାଙ୍କର ସମସ୍ତ ସମ୍ପତ୍ତି ସେମାନଙ୍କୁ ଦାନ କରିଥିଲେ । ବାର୍ଦ୍ଧକ୍ୟ ସମୟ ଝିଅଜ୍ୱାଇଁଙ୍କ ପାଖରେ କଟାଇବେ ବୋଲି ଭାବିଥିଲେ । ହେଲେ ଦଇବ ସାଜିଲା ଦାଉ ତାହା ସମ୍ଭବ ହେଲାନି । ହାତରୁ ସମସ୍ତ ସମ୍ପତି ଗଲା, ପରିସ୍ଥିତି ଚକ୍ରରେ ପଡ଼ି ଝିଅ ଜ୍ୱାଇଁ ଆତ୍ମହତ୍ୟା କଲେ । ଶେଷରେ ବୃଦ୍ଧ ଦମ୍ପତି କିଛି ଉପାୟ ନ ପାଇ ଉପଜିଲ୍ଲାପାଳଙ୍କ ଜରିଆରେ ବୃଦ୍ଧାଶ୍ରମର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହାୱଡ଼ାର ରାମରାଜତାଲାରେ । ହାୱଡାର ବାସିନ୍ଦା ପରେଶ ବୋଷ ଏବଂ ମିତା ବୋଷଙ୍କର ରାମରାଜତାଲାରେ ଏକ ଦୁଇ ମହଲା ଘର ଥିଲା । ସେଠାରେ ମହଙ୍ଗା ଗାଡି, ସୁନା ଏବଂ ସବୁକିଛି ଥିଲା । ବୋଷ ଦମ୍ପତିଙ୍କର ସମ୍ପତ୍ତି ପ୍ରାୟ କୋଟି କୋଟି ଟଙ୍କା ଥିଲା । ସମୟ ଚକ୍ରରେ ତାହା ଯେମିତି ପେଶି ହୋଇଗଲା ।

ଯାହା ବି ହେଉ ସୌଭାଗ୍ୟବଶତଃ, ବୋଷ ଦମ୍ପତିଙ୍କୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଏକ ବୃଦ୍ଧାବସ୍ଥାରେ ରଖାଯାଇଛି । ପରେଶ ବୋଷ ଏକ ଘରୋଇ କମ୍ପାନିର କର୍ମଚାରୀ ଥିଲେ । ସଞ୍ଚିତ ଟଙ୍କା ସହିତ ତାଙ୍କ ସଂସାର ଆରାମରେ ଚାଲୁଥିଲା । ହେଲେ ଝିଅ-ଜ୍ୱାଇଁ ତାଙ୍କ କାଳ ସାଜିଲେ । ବୋଷ ଦମ୍ପତିଙ୍କ ଝିଅ- ଜ୍ୱାଇଁ ଥିଲେ ଘାଟାଲ ସହରର ବାସିନ୍ଦା ଜଲି ଘୋଷ ଏବଂ ଦେବାଶିଷ ଘୋଷ । ଘାଟାଲ ସହରର ଆଡ଼ଗୋଡ଼ାର ନିବାସୀ ଦେବାଶିଷବାବୁ ଏକ ଅନଲାଇନ କମ୍ପାନିର ବ୍ୟବସାୟିକ ସହଯୋଗୀ ଥିଲେ । କୋଭିଡ ସମୟରେ ତାଙ୍କର ବହୁତ ଟଙ୍କା ଋଣ ହୋଇଥିଲା ।

ଏକ ସମୟରେ ସେହି କମ୍ପାନି ବନ୍ଦ ହୋଇଯିବାରୁ ଦେବାଶିଷବାବୁ ଚିନ୍ତାରେ ପଡ଼ିଲେ । ବିପୁଳ ଋଣ ହେତୁ ଦେବାଶିଷବାବୁ ଏବଂ ତାଙ୍କ ପତ୍ନୀ ଜଲିଦେବୀ ଉଦାସ ହୋଇଯାଇଥିଲେ । ଝିଅର ଦୁଃଖ ଦେଖିବା ପରେ ପରେଶବାବୁ ଏବଂ ମିତାଦେବୀ ଆଗକୁ ଆସିଥିଲେ । ପରେଶବାବୁ କହିଛନ୍ତି, ଆମ ଝିଅ ଏବଂ ଜ୍ୱାଇଁଙ୍କ ଦୁଃଖ ବିଷୟରେ ଚିନ୍ତା କରି ଆମେ ଆମର ଦୁଇ ମହଲା ଘର, ସୁନା ଏବଂ ଗାଡି ବିକ୍ରି କରି ସେମାନଙ୍କୁ ପ୍ରାୟ ଏକ କୋଟି ଟଙ୍କା ଦେଇଥିଲୁ । କାରଣ ସେଗୁଡ଼ିକ ଆମର ଶେଷ ଉତ୍ସ । ଆମର ଅନୁପସ୍ଥିତିରେ ସେମାନେ ସବୁକିଛି ପାଇବେ । ତେଣୁ ସେମାନଙ୍କ ବିଷୟରେ ଚିନ୍ତା କରି ଆମେ ସବୁକିଛି ସେମାନଙ୍କୁ ଦେଇଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking