36.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବୀ ଉପସ୍ଥାପନ କଲେ ଛାତ୍ର ଛାତ୍ରୀ

ଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବୀ ଉପସ୍ଥାପନ କଲେ ଛାତ୍ର ଛାତ୍ରୀ

ଢେଙ୍କାନାଳ: ଆସନ୍ତା ମାସରେ କଲେଜ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୁଚନା ପରେ କମ ଦିନ ବ୍ୟବଧାନ ମଧ୍ୟରେ କିଭଳି ହେବ ପାଠପଢା ସେନେଇ ଏବେ ଚିନ୍ତାରେ ଛାତ୍ର ଛାତ୍ରୀ। ଅନଲାଇନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ପିଲାମାନେ ଅପହଞ୍ଚ ଇଲାକାରେ ନେଟୱାର୍କ ଅସୁବିଧା ହେତୁ କୋର୍ସ ସଠିକ ଭାବରେ କମ୍ପ୍ଲିଟ କରି ପାରି ନଥିବା ବେଳେ ପରିକ୍ଷା କିପରି ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଢେଙ୍କାନାଳ ଅପହଞ୍ଚ ଅଞ୍ଚଳର କିଛି ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀ, ଓ ମୁଖ୍ୟମନ୍ତ୍ରୀ ଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ଦାବୀ ଉପସ୍ଥାପନ କରିଛନ୍ତି। ଏହି ଦାବୀରେ ସରକାର ଏକ ନିର୍ଦ୍ଦିଷ୍ଟ ସିଲାବସ ମଧ୍ୟରେ କଲେଜ ପରିକ୍ଷା କରିବା ସହିତ ତାହା ସ୍ସଷ୍ଟ କରିବା ପାଇଁ ଦାବୀ ଜଣାଇଛନ୍ତି। ତା ସହିତ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ୟୁଟୁବ ଚ୍ୟାନେଲ ଖୋଲାଯାଇ ନିର୍ଦ୍ଦିଷ୍ଟ ସିଲାବସର ପାଠ ଦିଆଗଲେ ପିଲାମାନେ ଶହେ ଦିନ ଭିତରେ ମଧ୍ୟ କୋର୍ସ ଶେଷ କରି ପରିକ୍ଷା ଦେଇପାରନ୍ତେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking