36.1 C
Bhubaneswar
Saturday, May 4, 2024
Homeଓଡିଶାତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : କନ୍ଧମାଳ ଜିଲ୍ଲାକୁ କରୋନା ମୁକ୍ତ...

ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : କନ୍ଧମାଳ ଜିଲ୍ଲାକୁ କରୋନା ମୁକ୍ତ ଜିଲ୍ଲାର ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି । ତଥାପି ବର୍ତ୍ତମାନ ସମୟରେ ରାଜ୍ୟରେ ଦୁଇ ଦିଗରୁ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ରାଜ୍ୟ ରାଜ୍ୟ ଭିତରେ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ଡେଇଁବାରେ ଲାଗିଛି । ଠିକ୍ ଏହି ସମୟରେ ପଡ଼େଶୀ ରାଜ୍ୟରୁ ଲୋକଙ୍କ ଯିବା ଆସିବା ଲାଗି ରହିଛି । ଅନ୍ୟପଟରେ ବି ଓଡ଼ିଶାରେ ବିଦେଶ ଫେରନ୍ତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ସେପଟେ ବିଶେଷଜ୍ଞମାନେ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ଅନ୍ୟ ଭୂତାଣୁଠାରୁ ୭୦ଗୁଣ  ଅଧିକ ସଂକ୍ରମଣ କରିବାରେ କ୍ଷମତା ରଖିଛି । ଏହାବ୍ୟତୀତ ଦେଶରେ ତୃତୀୟ ଲହରି ଆସିବାର ସମ୍ଭାବନା ମଧ୍ୟ ରହିଛି । ଏହି ସବୁ ଭୟାନକ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଆଗୁଆ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଯୋଜନା କରିଛନ୍ତି ।

ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି । ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି । ଏନେଇ ଡିଏମ୍‌ଇଟି ଡାକ୍ତର ରାମାରମଣ ମହାନ୍ତି କହିଛନ୍ତି ଯେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସମସ୍ତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହଭାଗୀତାରେ ଚାଲିଥିବା ଘରୋଇ କୋଭିଡ୍ ହସ୍ପିଟାଲଗୁଡ଼ିକ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସଂକ୍ରମଣ ବଢ଼ିଲେ ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ରହିଛି ।

ହସ୍ପିଟାଲରେ ଅକ୍ସିଜେନ ଓ ମେଡିସିନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ମୁକାବିଲାରେ ଓଡ଼ିଶାର ପ୍ରୟାସ ବିଶ୍ୱରେ ପ୍ରଂଶାସ ଯୋଗ୍ୟ ହୋଇଛି । ଆଗୁଆ ପଦକ୍ଷେପ ଓ ମହାମାରୀ ମୁକାବିଲାର କୌଶଳ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାବାସୀ ଦେଇଛି । ତେଣୁ ଅନ୍ୟ ରାଜ୍ୟରେ ଓମିକ୍ରନ୍ ବଢୁଥିବାବେଳେ ଏବେ ଠାରୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହର ନେଇ ବ୍ୟାପକ ସଜାଗ ହୋଇଛନ୍ତି । ଯେପରି ଅଣାୟତ ନୁହେଁ ସେଥିପାଇଁ ଘରୋଇ ମେଡିକାଲକୁ ଏବେ ଠାରୁ ସଜାଗ ରହିବା ନେଇ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking