33.1 C
Bhubaneswar
Thursday, April 25, 2024
Homeଅପରାଧଯୌତୁକ ହତ୍ୟା ମାମଲା : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ  

ଯୌତୁକ ହତ୍ୟା ମାମଲା : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ  

କଟକ:  ଯୌତୁକ ନିର୍ଯାତନା କାରଣକୁ ନେଇ ହୋଇଥିବା ରୁବି ପରିଡା ହତ୍ୟା ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୩ ଜଣ ଆସାମୀଙ୍କୁ  ଆଇପିସିର ୩୦୨/୩୪ ଦଫାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଜୀବନ କାରଦଣ୍ଡରେ ଦଣ୍ଡିତ ହୋଇଥିବା ଆସାମୀମାନେ ହେଲେ ରଞ୍ଜନ ପରିଡା, ରାମଚନ୍ଦ୍ର ପରିଡା ଓ ରଜନୀ ପରିଡା । ଏଥିସହିତ ଅଦାଲତ ସମସ୍ତ ଆସମୀଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ।

ଜରିମାନା ଦାଖଲରେ ବିଫଳ ହେଲେ ସମସ୍ତ ଆସାମୀଙ୍କୁ ୧ ବର୍ଷ ଲେଖଏ ସଶ୍ରମ କାରଦଣ୍ଡ ଭୋଗିବାକୁ ପଡିବ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍ ବିଜୟ କୁମାର ମହାନ୍ତି ପରିଚାଳନା କରୁଥିଲେ । ମାମଲାର ବିବରଣୀ ମୁତବାକ ମୃତକ ରୁବି ପରିଡା କନ୍ଦରପୁରର ମହୁରା ଅଞ୍ଚଳର ରଞ୍ଜନ ପରିଡାଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ, ଶାଶୁ ଓ ଶଶ୍ୱର  ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପରେ ସମସ୍ତେ ମିଣଶି କିରୋସିନି ଢାଳି ରୁବିକୁ ହତ୍ୟା କରିଥିଲେ । ଏ ନେଇ କନ୍ଦରପୁର ଥାନାରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking