23.1 C
Bhubaneswar
Monday, January 24, 2022
Homeଓଡିଶାତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ତୃତୀୟ ଲହରରେ ଦେଢ଼ଗୁଣା ହୋଇପାରେ ଦୈନିକ ସଂକ୍ରମଣ । ଶୀର୍ଷ ଛୁଇଁବା ବେଳକୁ ଦିନକୁ ୧୯ ହଜାର ୨୭୮ ମାମଲା ଆସିପାରେ । ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିବାର ସମ୍ଭାବନା ରହିଛି । ୭୫ ଦିନରେ ୭ ଲକ୍ଷ ୬୬ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହେବାର ଆକଳନ କରାଯାଇଛି । ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ିବ । ଏଥିରେ ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

ସେମାନଙ୍କ ମଧ୍ୟରୁ ୪ ହଜାର ୫୯୮ ଶିଶୁ ଗୁରୁତର ହେବାର ସମ୍ଭାବନା ରହିଛି । ଫଳରେ ୨୨ ହଜାର ୯୮୮ ଆଇସିୟୁ ବେଡର ଆବଶ୍ୟକତା ପଡ଼ିପାରେ ଓ ୩୮ ହଜାର ୩୧୪ ଜେନେରାଲ ବେଡର ଆବଶ୍ୟକ ହୋଇପାରେ । ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ବଢୁଥିବାବେଳେ କେରଳର ଦୈନିକ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭ ହଜାର ୫୯୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ ଏଥିରୁ ୩୧ ହଜାର ୪୪୫ ଜଣ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ମୋଟ ସଂକ୍ରମଣର ୮୩.୬୪% କେବଳ କେରଳରୁ ବାହାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking