32.1 C
Bhubaneswar
Tuesday, April 23, 2024
Homeଓଡିଶାସେପ୍ଟେମ୍ବରରୁ ଆରମ୍ଭ ହେବ ଶ୍ରୀମନ୍ଦିର ହେରିଟେଜ କରିଡ଼ର ନିର୍ମାଣ କାର୍ଯ୍ୟ : ମୁଖ୍ୟ ସଚିବ

ସେପ୍ଟେମ୍ବରରୁ ଆରମ୍ଭ ହେବ ଶ୍ରୀମନ୍ଦିର ହେରିଟେଜ କରିଡ଼ର ନିର୍ମାଣ କାର୍ଯ୍ୟ : ମୁଖ୍ୟ ସଚିବ

ପୁରୀ : ସେପ୍ଟେମ୍ବରରୁ ଆରମ୍ଭ ହେବ ଶ୍ରୀମନ୍ଦିର ହେରିଟେଜ କରିଡ଼ର ନିର୍ମାଣ କାର୍ଯ୍ୟ। ଏଥିପାଇଁ କେନ୍ଦ୍ରର ଅନୁମତିକୁ ଅପେକ୍ଷା କରାଯାଇଛି । ଏନେଇ ସଂସ୍କୃତି ମନ୍ତ୍ରାଳୟକୁ ଅବଗତ କରିଛନ୍ତି ପୂର୍ତ୍ତ ସଚିବ । ପୁରୀ ଗସ୍ତରେ ଆସି ମୁଖ୍ୟ ସଚିବ ସୁରେଶ ମହାପାତ୍ର ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହାସହ ସେବାୟତ ମାନଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ହବିଷ୍ୟାଳି ଭବନ ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ହବିଷିଆଳିମାନଙ୍କ ପାଇଁ ନିର୍ମାଣ ହୋଇଥିବା କୋଠା କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଏହା ଭକ୍ତଙ୍କ କାର୍ଯ୍ୟରେ ଲାଗିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ସେହିପରି ସ୍ୱର୍ଗଦ୍ୱାର ଯାଇ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking