36.4 C
Bhubaneswar
Wednesday, May 25, 2022
Homeଓଡିଶାଝାଡୁ ପାଇଁ ବିଶ୍ଵଦରବାରରେ ସୁନାମ ଅର୍ଜନ କରିବେ ଡଙ୍ଗରିଆ

ଝାଡୁ ପାଇଁ ବିଶ୍ଵଦରବାରରେ ସୁନାମ ଅର୍ଜନ କରିବେ ଡଙ୍ଗରିଆ

ବିଷମକଟକ : ରାୟଗଡା ଜ଼ୀଲ୍ଲାର ନିୟମଗିରି ପାର୍ବତ୍ୟମାଳା ବେଶ ପରିଚିତ । ଏଠାର ଆଦିମ ଆଦିବାସୀ ଡଙ୍ଗରିଆଙ୍କ ପାଇଁ ଜଙ୍ଗଲ ଜାତ ଅଦା , ହଳଦୀ , ଝୁଣା , ସପୁରୀ,କନ୍ଦା ,ପାଳୁଅ ,କରଡି ପାଇଁ ଅନେକ ବେଶ ରୋଜଗାର କ୍ଷମ ହେଉଥିବା ବେଳେ ଏବେ ଆମାଜନ ଭଳି ଏକ ପରିଚିତ ନେଟୱର୍କ ବ୍ୟବସାୟୀଙ୍କ ଯୋଡି ହୋଇ ଛାଞ୍ଚୁଣି ବ୍ୟବସାୟ କରି ବିଷମକଟକ ନିୟମଗିରିର ଡଙ୍ଗରିଆ ବିକାଶ ମୁହାଁ ହେବାକୁ ଯାଉଛି । ନିୟମଗିରି ପର୍ବତମାଳାରେ ବାସ କରୁଥିବା ଡଙ୍ଗରିଆ କନ୍ଧ ନିଜର ପାରମ୍ପରିକ ନୀତି ରୀତିକୁ ନେଇ ନିରାଡ଼ମ୍ବର ଜୀବନ ଜିଉଁ ଥିବାବେଳେ ଜଙ୍ଗଲ ଜାତ ଦ୍ରବ୍ୟ ବିନିମୟରେ ବେଶ ଆରାମରେ ପରିବାର ଚଳେଇନିଏ ଜଙ୍ଗଲରେ ମିଳୁଥିବା ସପୁରୀ , ପଣସ , ହଳଦୀ,ଅଦା , ଝୁଣା ଆଦି ସଂଗ୍ରହ କରି ଯାହାବି ଅର୍ଜନ କରି ଖୁବ ସାଧାରଣ ଭାବେ ବଂଚିଯାଏ । ବର୍ଷା ଋତୁ ରେ ଜଙ୍ଗଲରୁ କରଡି ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକି ଗୁଜୁରାଣ ମେଣ୍ଟେଇ ଚାଲେ ଏବେ ରାଜ୍ୟ ସରକାର ଉଭୟ ଡଙ୍ଗରିଆ ଓ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛି ।

ରାଜ୍ୟ ସରକାର ORMAS (ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓ OLM (ଓଡିଶା ଜୀବିକା ମିଶନ ) ର ମିଳିତ ଉଦ୍ୟମରେ ନିୟମଗିରି ରୁ ଉତ୍ପାଦିତ ଛାନଛୁଣି ସଂଗ୍ରହ କରି ବିଶ୍ୱଦରବାର ରେ ବିକ୍ରି ପାଇଁ Amazon ଭଳି ଏକ ପ୍ରସିଦ୍ଧ online ବ୍ୟବସାୟୀ ସହିତ ହାତ ମିଳେଇଥିବା ଜଣାପଡିଛି । ଗୋଟେ ପଟ ନିରୀହ ଡଙ୍ଗରିଆ ଓ ଅନ୍ୟପଟେ ଏଇ networking ବ୍ୟବସାୟ ରେ କିଏ କେତେ ଲାଭବାନ ହେବ ତାକୁ ନେଇ ବିଭିନ୍ନ ମହଲରେ ସାଧୁବାଦ ଓ ସନ୍ଦେହ ସୃଷ୍ଟି ହେଉଛି । OLM ( ଓଡିଶା ଜୀବିକା ମିଶନ ) ଦ୍ୱାରା ବ୍ଲକ ର ସମସ୍ତ ପଂଚାୟତ ର ମହିଳା ମାନଙ୍କ ପାଇଁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ ପାଇଁ ଅନେକ ପଦକ୍ଷେପ ନେଇ ପ୍ରଶଂସା ସାଉଁଟୁ ଥିବା ବେଳେ ଛାଞ୍ଚୁଣି ବନ୍ଧା ପାଇଁ ବାହାର ରାଜ୍ୟ ରୁ ଗୋଟେ ଟିମ ଆସି କିଛି ବ୍ୟକ୍ତି ପ୍ରଶିକ୍ଷଣ ଦେଉଥିବା ବେଳେ ,ଏଯାବତ ଅଂଚଳରୁ 13 ଟନ ଛାଞ୍ଚୁଣି ସଂଗ୍ରହ ହୋଇ ତାକୁ ପର୍ଯାୟ କ୍ରମେ ଉନ୍ନତ ଛାଞ୍ଚୁଣି କରି AMAZON ରେ ବିକ୍ରୟ କରି ଲାଭବାନ ହେବେ ବୋଲି କୁହାଯାଇଛି ।ହେଲେ ସମୟ କହିବ କିଏ କେତେ ସଫଳତା ପାଇବେ ଓ ଡଙ୍ଗରିଆ ଙ୍କ ବିକାଶ ରେ କେତେ ସଫଳତା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking