43.9 C
Bhubaneswar
Friday, April 19, 2024
Homeଅପରାଧଟଙ୍କା ନ ଦେବାରୁ ବାପା-ମାଙ୍କ ସହ ଏମିତି କଲା ପୁଅ

ଟଙ୍କା ନ ଦେବାରୁ ବାପା-ମାଙ୍କ ସହ ଏମିତି କଲା ପୁଅ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ଗ୍ରାମର ହରିଜନ ସାହିରେ ଜନୈକ ବ୍ୟକ୍ତିଙ୍କ ଜବାନ ପୁଅର ଟାଙ୍ଗିଆ ଚୋଟରେ ଶିକାର ହୋଇ ବୃଦ୍ଧ ବାପା,ମାଆ ଗୁରୁତର ହୋଇଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ ପୁଅର ଟାଙ୍ଗିଆ ଚୋଟରୁ ତାଙ୍କ ପତ୍ନୀ ରକ୍ଷା କରିବାକୁ ଯାଇ ବୃଦ୍ଧା ଜଣଙ୍କ ମଧ୍ୟ ଗୁରୁତର ହୋଇଛନ୍ତି । ବାଙ୍ଗୁରସିଂହ ହରିଜନ ସାହିର ବାସୀନ୍ଦା କାର୍ତିକ ନାଏକ(୬୫) ଓ ପତ୍ନୀ ରଞ୍ଜୁନାଏକ (୫୨)ଙ୍କ ପୁଅ କାହ୍ନୁ ନାଏକ(୨୫) ପାରିବାରିକ କଳହରେ ଲିପ୍ତ ରହି ପ୍ରତ୍ୟେକ ସମୟରେ ତାଙ୍କ ଦୋଷ ଦୁର୍ବଳତା ଖୋଜି ଝଗଡା କରିଥାଏ । ପରିବାର ପ୍ରତିପୋଷଣ ପାଇଁ କାର୍ତିକ ଏକାକି ରୋଜଗାର କ୍ଷମ ଥିବା ବେଳେ କାହ୍ନୁ ଝଗଡା କରି ତାଙ୍କ ଠାରୁ ପଇସା ଛଡାଇ ନେଇଥାଏ । ତେବେ ଏହିସବୁ କାରଣରୁ ବଚସା ବଢି କାହ୍ନୁ ଉତକ୍ଷିପ୍ତ ହୋଇ ଘରେ ବ୍ୟବହୃତ ହେଉଥିବା ଟାଙ୍ଗିଆରେ କାର୍ତିକଙ୍କ ମୁଣ୍ଡ ଓ ହାତକୁ ହାଣି ଦେଇଥିଲା । ଏହି ଘଟଣା ଦେଖି ରଞ୍ଜୁ କାହ୍ନୁକୁ ଧକ୍କା ଦେଇ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ହାତକୁ କାହ୍ନୁ ହାଣିଦେଇଥିଲା।  ପଡୋଶୀମାନଙ୍କ ମିଳିତ ଉଦ୍ୟମ ବଳରେ ବୃଦ୍ଧ ଦମ୍ପତିଙ୍କ ଜୀବନ ବଞ୍ଚିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ଚିକିତ୍ସା ପାଇଁ ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦମ୍ପତିଙ୍କ ଜୀବନ ଉପରେ ବିପଦ ଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking