33.1 C
Bhubaneswar
Friday, April 26, 2024
Homeପଞ୍ଚାୟତ ନିର୍ବାଚନସିଏମ୍‌ସି ନିର୍ବାଚନ ପାଇଁ ନାମାଙ୍କନପତ୍ର କ୍ରୟର ଦ୍ୱିତୀୟ ଦିନ: ୧୭୮ଜଣ କର୍ପୋରେଟର ୫ ମେୟର ପ୍ରାର୍ଥୀ

ସିଏମ୍‌ସି ନିର୍ବାଚନ ପାଇଁ ନାମାଙ୍କନପତ୍ର କ୍ରୟର ଦ୍ୱିତୀୟ ଦିନ: ୧୭୮ଜଣ କର୍ପୋରେଟର ୫ ମେୟର ପ୍ରାର୍ଥୀ

କଟକ : ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବେଶ ଉଷ୍ମତା ଦେଖିବାକୁ ମିଳିଛି । ଏଥିପାଇଁ ଦଳର ବହୁ ଅସନ୍ତୁଷ୍ଟ କର୍ମୀମାନେ ମଧ୍ୟ ନାମାଙ୍କନପତ୍ର କିଣୁଥିବା ଦେଖିବାକୁ ମିଳିଛି । ତେବେ ପୌର ନିର୍ବାଚନ ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନାମାଙ୍କନ ପତ୍ର କ୍ରୟ ଓ ଦାଖଲ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଛି । ସିଏମସି କାର୍ଯ୍ୟାଳୟ ପରିସରରେ ଥିବା ମେହେନ୍ତର ସଂଘ କାର୍ଯ୍ୟାଳୟରେ ୧ରୁ ୬ ନମ୍ବର ପର୍ଯ୍ୟନ୍ତ ଟେବୁଲ ରହିଥିବାବେଳେ ଏଠାରେ ୧ରୁ ୩୪ ନମ୍ବର ୱାର୍ଡ଼ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର କ୍ରୟ ଓ ଦାଖଲ କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ କଲ୍ୟାଣୀମଣ୍ଡପରେ ଥିବା ୭ରୁ ୧୧ନମ୍ବର ଟେବୁଲରେ ୩୫ରୁ ୫୯ ନମ୍ବର ୱାର୍ଡ଼ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର କ୍ରୟ ଦାଖଲ କରିପାରିବେ । ଏଥି ସହିତ ମେୟର ପ୍ରାର୍ଥୀମାନେ ସିଏମସି ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠରେ ନାମାଙ୍କନପତ୍ର କ୍ରୟ ଓ ଦାଖଲ କରିବାର ବ୍ୟବସ୍ଥା ହୋଇଛି ।  ନାମାଙ୍କନପତ୍ରର ଦ୍ୱିତୀୟ ଦିନରେ ୧୭୮ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର କ୍ରୟ କରିଥିବାବେଳେ ୫ଜଣ ମେୟର ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିବା ଜଣାପଡ଼ିଛି । ସେହିଭଳି ପ୍ରଥମ ଦିନରେ କଟକ ମହାନଗର ନିଗମର ୨୮୨ଜଣ କର୍ପୋରେଟର ପ୍ରାର୍ଥୀ ଓ ୨ଜଣ ମେୟର ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିଲେ । ତେବେ କଟକ ମହାନଗର ନିଗମରେ ଦୁଇ ଦିନରେ ୪୬୦ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର କ୍ରୟ କରିଥିବାବେଳ ୭ଜଣ ମେୟର ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଛନ୍ତି । ମାତ୍ର ଦୁଇ ଦିନରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବା ସିଏମସି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking