30.1 C
Bhubaneswar
Monday, May 6, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟକ୍ରେନ୍‌ରୁ ୧୦ ଲକ୍ଷ ଲୋକଙ୍କ ପଳାୟନ: ୟୁଏନ୍‌ଏଚ୍‌ଆର୍‌ସି

ୟକ୍ରେନ୍‌ରୁ ୧୦ ଲକ୍ଷ ଲୋକଙ୍କ ପଳାୟନ: ୟୁଏନ୍‌ଏଚ୍‌ଆର୍‌ସି

ଜେନେଭା:  ରୁଷ୍ ଆକ୍ରମଣ ପରଠାରୁ ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୦ ଲକ୍ଷ ୟୁକ୍ରେନ୍‌ବାସୀ ଦେଶରୁ ପଳାୟନ କରିଛନ୍ତି ବୋଲି ଗୁରୁବାର ଜାତିସଂଘ ଶରଣାର୍ଥୀ କମିଶନ୍ (ୟୁଏନ୍‌ଏଚ୍‌ଆର୍‌ସି) ପକ୍ଷରୁ କୁହାଯାଇଛି । ଯଦି ଏହି ସଂଘର୍ଷ ଶୀଘ୍ର ବନ୍ଦ ନହୁଏ, ତେବେ ଆହୁରି ଅଧିକ ଲୋକ ୟୁକ୍ରେନ୍ ଛାଡ଼ିବାକୁ ବାଧ୍ୟହେବେ; ଏପରିକି ଏହି ସଂଖ୍ୟା ୪୦ ଲକ୍ଷ ଟପିପାରେ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜାତିସଂଘ ଶରଣାର୍ଥୀ କମିଶନ୍ ତଥ୍ୟ ଅନୁସାରେ ପଳାୟନ କରିଥିବା ଲୋକଙ୍କ ସଂଖ୍ୟା ୟୁକ୍ରେନ୍‌ର ମୋଟ ଜନସଂଖ୍ୟାର ୨ ପ୍ରତିଶତରୁ ଅଧିକ । ଜାତିସଂଘ ଶରଣାର୍ଥୀ କମିଶନର୍ ଫିଲିପୋ ଗ୍ରାଣ୍ଡି ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ମାତ୍ର ସାତ ଦିନ ମଧ୍ୟରେ ପଡ଼ୋଶୀ ଦେଶକୁ ୟୁକ୍ରେନ୍‌ରୁ ୧୦ ଲକ୍ଷ ଶରଣାର୍ଥୀ ପଳାୟନ ଘଟିଛି । ୟୁକ୍ରେନ୍‌ରୁ ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ସୀମା ପାର୍‌ହୋଇ ପଡ଼ୋଶୀ ପୋଲାଣ୍ଡକୁ ଚାଲିଯାଇଛନ୍ତି । ହଙ୍ଗେରୀ, ମୋଲ୍‌ଡୋଭା ଏବଂ ସ୍ଲୋଭାକିଆ ମଧ୍ୟ ଅନେକ ଲୋକଙ୍କୁ ନିଜ ଦେଶରେ ଶରଣ ଦେଇଛନ୍ତି । ୟୁଏନ୍ ଏଜେନ୍ସି ରିପୋର୍ଟ ଅନୁସାରେ ଗତ ସପ୍ତାହ ମଧ୍ୟରେ ୫୦୫,୫୦୦ ୟୁକ୍ରେନ୍‌ବାସୀ ଦେଶ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି । ଅନ୍ୟପକ୍ଷରେ ଏହି ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୫.୭୫ ଲକ୍ଷରେ ପହଞ୍ଚିଥିବା ପୋଲାଣ୍ଡ ସୀମାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି । ଏହା ମଧ୍ୟରୁ କେବଳ ବୁଧବାର ୯୫ ହଜାର ଲୋକ ସୀମା ପାର୍ ହୋଇ ପୋଲାଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ୧,୧୬,୩୦୦ରୁ ଅଧିକ ଲୋକ ହଙ୍ଗେରୀରେ ଶରଣ ନେଇଥିବା ବେଳେ ୭୯,୩୦୦ରୁ ଅଧିକ ମୋଲ୍‌ଡୋଭାରେ ଆଶ୍ରୟ ନେଇଛନ୍ତି । ୭୧ ହଜାର ଲୋକ ସ୍ଲୋକାକିଆ ପଳାୟନ କରିଥିବା ବେଳେ ପ୍ରାୟ ୬୯ ହଜାର ଲୋକ ଅନ୍ୟ ୟୁରୋପୀୟ ଦେଶକୁ ଚାଲିଯାଇଛନ୍ତି । ସେହିପରି ୟୁକ୍ରେନ୍ ମଧ୍ୟରେ ଅଗଣିତ ଲୋକ ଏବେ ବି ବିସ୍ଥାପିତ ଅବସ୍ଥାରେ ରହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking