39.1 C
Bhubaneswar
Friday, April 26, 2024
Homeଓଡିଶାମେଡିକାଲ ଯିବା ପାଇଁ ଅଢେ଼ଇ କିଲୋମିଟର ଚାଲିଲେ ପ୍ରସୂତୀ ମହିଳା

ମେଡିକାଲ ଯିବା ପାଇଁ ଅଢେ଼ଇ କିଲୋମିଟର ଚାଲିଲେ ପ୍ରସୂତୀ ମହିଳା

ତେଲକୋଇ: ତେଲକୋଇ ରେ ପୁଣି ଜନନୀ ଯନ୍ତ୍ରଣା । ୧୫ ଦିନର କଅଁଳା ଶିଶୁ ପୁତ୍ରକୁ ମେଡିକାଲ ନେବାପାଇଁ ଅଢେ଼ଇ କିଲୋମିଟର ଚାଲିଲେ ପ୍ରସୂତୀ ମହିଳା ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ । ସୂଚନା ମୂତାବକ ସଲେଇକେନା ଗାଁ ମଶାଣି ସାହିର ପ୍ରସୂତୀ ମହିଳା ଉପାସୀ ମୁଣ୍ଡା ତାଙ୍କର ୧୫ଦିନର କଅଁଳା ପିଲାର ଦେହ ଗୁରୁତର ଭାବେ ଖରାପ ହେବା ଯୋଗୁଁ ମେଡିକାଲ ନେବାପାଇଁ ୧୦୨ଆମ୍ବୁଲାନ୍ସ କୁ ଫୋନ ଯୋଗେ ଡକାଇ ଥିଲେ ।ତେବେ ସଲେଇକେନା ରୁଗୁଡିହ ରାସ୍ତାରେ ଗୋଟିଏ ଆଇରନ ବୋଝେଇ ୧୦ଚକିଆ ଟ୍ରକ ରାସ୍ତା ମଝିରେ ଛିଡା ହୋଇଥିବାରୁ ଆମ୍ବୁଲାନ୍ସ ଟି ଗାଁ କୁ ଯାଇପାରି ନଥିଲା । ଅଢେ଼ଇ କିଲୋମିଟର ରାସ୍ତା ଚାଲିବା ପରେ ସ୍ବାମୀ ଦଶହରା ମୁଣ୍ଡା ସହିତ ଆମ୍ବୁଲାନ୍ସ ପାଖରେ ପହଞ୍ଚି ଥିଲେ ପ୍ରସୂତୀ ମହିଳା । କଅଁଳା ପିଲାକୁ ଧରି ତେଲକୋଇ ମେଡିକାଲରେ ପହଁଚିଲା ପରେ ପିଲାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିବା ଜଣାପଡିଛି ।ସଲେଇକେନା ରୁଗୁଡିହ ରାସ୍ତା ମଝିରେ ୧୦ଚକିଆ ଆଇରନ ଗାଡି କୁ ଛିଡା କରି ଡ୍ରାଇଭର ମଦପିଇବା ପାଇଁ ଚାଲି ଯାଇଥିବା କୁହାଯାଉଥିବା ବେଳେ ଅନ୍ୟପକ୍ଷରେ ଗାଡି ଟି ବ୍ରେକଡାଉନ ହୋଇଥିବା ମଧ୍ୟ କୁହାଯାଉଛି ।ତେବେ ଆଇରନ ଟ୍ରକ ଗୁଡିକ ପରମିଣ୍ଟ ଥିବା ୪୯ ନଂମ୍ବର ଜାତୀୟ ରାଜପଥ ରୁଟରେ ନଯାଇ ତେଲକୋଇ ର ବିଭିନ୍ନ ଗାଁ ଗହିଳି ର ଗଳି ରାସ୍ତାରେ ଯିବା ଆସିବା କରୁଥିବା ରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି ।ଏ ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking