41.1 C
Bhubaneswar
Sunday, April 28, 2024
Homeଓଡିଶାଯୋଜନା ବାଟବଣା : ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟ, ଉଜୁଡ଼ିଗଲାଣି ବଗିଚା

ଯୋଜନା ବାଟବଣା : ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟ, ଉଜୁଡ଼ିଗଲାଣି ବଗିଚା

ନୟାଗଡ଼ : ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ୍ ଶକ୍ତି ଓ ଜୀବିକା ମିଶନ୍ ଯୋଜନାରେ ଗାଁ ଗାଁରେ ମହିଳା ଗୋଷ୍ଠୀ ଗଠନ କରି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ବିଶେଷ କରି କରୋନା ସମୟରେ ମୋ ବଗିଚା ଯୋଜନା ପ୍ରଣୟନ କରି ମନରେଗା ମାଧ୍ୟମରେ କାମ ଯୋଗାଇ ଆତ୍ମନିର୍ଭର ଶୀଳ କରିବାକୁ ପ୍ରୟାସ କରାଯାଇଥିଲା । ଯୋଜନା ମାଧ୍ୟମରେ ୧୦ ହଜରା ଟଙ୍କା ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଥିଲା । ଏଥିରୁ ୬ ହଜାର ଟଙ୍କା ଶ୍ରମ ପାଇଁ ମହିଳାଙ୍କ ବ୍ୟାଙ୍କ ଜମା ଖାତାକୁ ଆସିବ । ବାକି ୪ ହଜାର ଟଙ୍କାର ଜରି ପଲିଥିନ୍‌, ଚାରା, ସାର, ମଞ୍ଜି ଓ କୀଟନାଶକ ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା ।

ମାତ୍ର କିଛି ସରକାରୀ କର୍ମଚାରୀଙ୍କ ଅସହଯୋଗରୁ ଏହା ସମ୍ପୂର୍ଣ୍ଣ ଫେଲ ମାରିଛି । ରଣପୁର ବ୍ଲକ୍ ବ୍ରଜରାଜପୁର ପଞ୍ଚାୟତ ଲତାର ଗ୍ରାମରେ ସୁଷମା ଜେନା ଓ ସୁରେଖା ଜେନା ମୋ ବଗିଚା ଯୋଜନାରେ ସାମିଲ ହୋଇଥିଲେ । ଉଭୟ କ୍ଷେତ୍ର ପ୍ରସ୍ତୁତ କରି ଚାରିପଟେ ବାଡ଼ ନିର୍ମାଣ କରି କୃତ୍ରିମ ପାଣି କୁଣ୍ଡ ପାଇଁ ଗାତ ଖୋଳିଥିଲେ । ଉଦ୍ୟାନ ବିଭାଗରୁ ୨ ଗୋଟି କଦଳୀ ପୁଆ, ୨ଗୋଟି ଲେମ୍ବୁ ଚାରା ଓ କିଛି ପନିପରିବା ମଞ୍ଜି ପ୍ରଦାନ କରାଯାଇଥିଲା । କିନ୍ତୁ ଗ୍ରାମ ରୋଜଗାର ସେବକ ମୋ ବଗିଚାକୁ ପରିଦର୍ଶନ କରିବାକୁ ଆସିଲେ ନାହିଁ ।

ତେଣୁ ଜିଓ ଟ୍ୟାଗ୍ ନ ହୋଇପାରିବାରୁ ବ୍ୟାଙ୍କ ଖାତାକୁ ଟଙ୍କା ଆସିଲା ନାହିଁ । ସରକାରୀ କର୍ମଚାରୀଙ୍କ ଅସହଯୋଗ ଯୋଗୁଁ ବଗିଚା ଅନାବନା ଘାସରେ ପରିଣତ ହୋଇଛି । ଏ ସମ୍ପର୍କରେ ରଣପୁର ବ୍ଲକ୍ ଜୀବିକା ମିଶନ୍ ପରିଚାଳିକା ଶୁଶ୍ରୀ ସଙ୍ଗିତା ଦାସଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ବ୍ଲକ୍ ତରଫରୁ ଗତ ବର୍ଷ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ୨୯୦୦ ହିତାଧିକାରିଣୀ ଚିହ୍ନଟ କରି ମନରେଗା ଯୋଜନାରେ ନାମ ପଠାଯାଇଥିଲା । ହିତାଧିକାରିଣୀ ଠିକ୍ ସମୟରେ ଆର୍ôଥକ ସହାୟତା ନ ପାଇବାରୁ ଆମ୍ଭେମାନେ କ୍ଷେତ୍ର ପରିଦର୍ଶନ ପାଇଁ ଯିବା ସମୟରେ ଆକ୍ରୋଶର ଶୀକାର ହେଉଛୁ । ଚଳିତ ବର୍ଷ ନୂଆ ଯୋଜନା କରିବା ପାଇଁ ମହିଳା ଗୋଷ୍ଠୀ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏ ସମ୍ପର୍କରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ୠତୁପର୍ଣ୍ଣା ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଛି । ତେଣୁ କାହିଁକି ଆର୍ôଥକ ସହାୟତା ପାଇବାରେ ବିଳମ୍ବ ଘଟିଛି ତାହା ତଦାରଖ କରିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking