23.1 C
Bhubaneswar
Monday, May 13, 2024
Homeଓଡିଶାହାଜତରେ ପୁଅର ମୃତ୍ୟୁ : ବାପା ଥାନାର ଦ୍ୱାରସ୍ଥ

ହାଜତରେ ପୁଅର ମୃତ୍ୟୁ : ବାପା ଥାନାର ଦ୍ୱାରସ୍ଥ

ଯାଜପୁର : ଯାଜପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଭାବେ ୪ ମାସ ଧରି ସଜ୍ଜା କାଟୁଥିବା ଏକ ମାତ୍ର ପୁଅର ମୃତ୍ୟୁକୁ ନେଇ ବାପା କୋରେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଅର ମୃତ୍ୟୁ ପାଇଁ ସେ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଦୋଷାରୋପ କରିଛନ୍ତି ।
କୋରେଇ ଥାନା ପାଟରଙ୍ଗା ଗ୍ରାମର ଲକ୍ଷ୍ମୀଧର ପାତ୍ରଙ୍କ ଏକମାତ୍ର ପୁଅ ସୁମନ( ୨୦) ଏକ ମାମଲା ଅଭିଯୁକ୍ତ ହୋଇ ୪ ମାସ ହେବ ଯାଜପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଭାବେ ସଜ୍ଜା କାଟୁଥିଲେ । ଗତ ୮ତାରିଖ ତାଙ୍କ ପୁଅର କଟକଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ସେ ଜାଣିବାକୁ ପାଇଥିଲେ । ତାଙ୍କ ପୁଅର ପୂର୍ବରୁ କୌଣସି ରୋଗ ନ ଥିବା ଓ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ଦୁଇ ଦିନ ପୂର୍ବରୁ ତାଙ୍କ ସହ କଥା ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଜେଲ କର୍ତ୍ତୃପକ୍ଷ ତାଙ୍କ ପୁଅର ଅସୁସ୍ଥତା କଥା ତାଙ୍କୁ କିଛି ଜଣାଇ ନଥିଲେ । ପୁଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ଫଳରେ ତାର ମୃତ୍ୟୁ ଘଟିଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ ତାଙ୍କୁ ପ୍ରତିଶ୍ରୁତି ମିଳିଥିବା ଲକ୍ଷ୍ମୀଧର କହିଛନ୍ତି । ଅଭିଯୋଗ ପତ୍ର ପ୍ରଦାନବେଳେ ଲକ୍ଷ୍ମୀଧରଙ୍କ ପରିବାର ଓ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର, ଆର୍ତ୍ତତ୍ରାଣ ମଲ୍ଲିକ ଯତୀନ୍ଦ୍ର ଜେନା ଓ ରଞ୍ଜିତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking