35.1 C
Bhubaneswar
Saturday, May 4, 2024
Homeଓଡିଶାଛେଳି ପାଇଁ ଜୀବନ ନେଲା ମାଲିକ!

ଛେଳି ପାଇଁ ଜୀବନ ନେଲା ମାଲିକ!

ମୟୂରଭଞ୍ଜ : ଛେଳିପାଇଁ ଛେଳି ଜଗୁଆଳିର ଚାଲିଗଲା ଜୀବନ। ଆଉ ଜୀବନ ନେଲା ମାଲିକ । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛେଳି ଜଗୁଆଳିଙ୍କ ମାଆ। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଗରୁଡବସା ଗ୍ରାମସ୍ଥିତ ଏକ ଛେଳିଫାର୍ମରେ କାମ କରୁଥିଲେ ୨ ଭାଇ ଜିତୁ ବୈଠା ଓ ସିତୁ ବୈଠା। ଫାର୍ମ ମାଲିକ ଆଶିଷ ଓତା ଫାର୍ମରୁ ଛେଳି ହଜିଯିବା ନେଇ ଜିତୁ ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିର୍ଯ୍ୟାତନା ଦେଉଥିଲେ । ମୃତ ଜିତୁଙ୍କ ମାଆ ତାଙ୍କ ବାରିପଦା କାଳିକାପୁର ସ୍ଥିତ ନିଜ ବାସସ୍ଥାନକୁ କୌଣସି କାର୍ଯ୍ୟରେ ଆସିଥିବା ବେଳେ ଜିତୁ ଫୋନ ଯୋଗେ କହିଥିଲା ମାଲିକ ମୋତେ ଗାଳି ଗୁଳଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଛି। ଆଜି ଭୋର ସକାଳୁ ଗରୁଡବସା ରେଳଫାଟକ ପାଖରେ ଏକ ଶବ ଦେଖି ଗ୍ରାମବାସୀ ଜିତୁକୁ ଚିହ୍ନିପାରି ତାଙ୍କ ମାଆଙ୍କୁ ଖବର ଦେଇଥିଲେ। ଅନ୍ୟପଟେ ଖବରପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।  ତେବେ ଫାର୍ମ ମାଲିକ ଆଶୀଷ ଓତା ହିଂସାତ୍ମକ ହୋଇ ଯୋଜନାବଦ୍ଧ ଭାବେ ସୁପରିକଳ୍ପିତ ଉପାୟରେ ହତ୍ୟାକରି ରେଳଧାରଣା ପାଖରେ ପକାଇ ଦେଇ ଏକ ଦୁର୍ଘଟଣା ବୋଲି ଚତୁରତାର ସହ ଦର୍ଶାଇଵାକୁ ଉଦ୍ୟମ କରି ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଗୋଟେ ଛେଳି ପାଇଁ ଆଉ ଗୋଟେ ମୂଲ୍ୟବାନ ମଣିଷ ଜୀବନ ନେଇପାରୁଥିବା ନୃଶଂସ ହତ୍ୟାକାରୀକୁ ତୁରନ୍ତ ପୋଲିସ ଗିରଫ କରିବା ସହିତ ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତକର ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking