28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାତି-ବର୍ଷାରେ ଦେଶ ଆଉଟୁପାଉଟୁ: ଆସାମ-କେରଳରେ ବନ୍ୟା ସ୍ଥିତି, ରାଜସ୍ଥାନ-ୟୁପିରେ ରୌଦ୍ରତାପ

ତାତି-ବର୍ଷାରେ ଦେଶ ଆଉଟୁପାଉଟୁ: ଆସାମ-କେରଳରେ ବନ୍ୟା ସ୍ଥିତି, ରାଜସ୍ଥାନ-ୟୁପିରେ ରୌଦ୍ରତାପ

ନୂଆଦିଲ୍ଲୀ: ଦେଶରେ ପାଣିପାଗ ପରିବର୍ତ୍ତନ ନେଇ ସାଧାରଣ ଜନତାଙ୍କ ଠାରୁ ଧରି ଜୀବଜନ୍ତୁମାନେ ମଧ୍ୟ ଆଉଟୁପାଉଟୁ ହେଉଛନ୍ତି । କେତେକ ରାଜ୍ୟରେ ତାତି ବଢ଼ୁଥିବା ବେଳେ ଆଉ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟବସ୍ତ କରିପକାଇଛି । ଦେଶର ଦିଲ୍ଲୀ, ପଶ୍ଚିମ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାରର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଗକୁ ପାରା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ରାଜ୍ୟଗୁଡିକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅପରପକ୍ଷେ ପ୍ରବଳ ବର୍ଷା ହେତୁ କେରଳ ଏବଂ ଆସାମର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମରେ ବନ୍ୟା ପରେ ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ତେବେ ଦିଲ୍ଲୀରେ ଆଜି ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ହେବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଶନିବାର ଦିଲ୍ଲୀର ଅନେକ ଅଞ୍ଚଳରେ ପାରା ୪୭ ଡିଗ୍ରୀ ଅତିକ୍ରମ କରିଥିଲା। ଦିଲ୍ଲୀର ମୁଙ୍ଗେଶପୁରରେ ୪୭.୨ ଡିଗ୍ରୀ ସେଲସିୟସ ଏବଂ ନଜାଫଗଡରେ ୪୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମେଘାଚ୍ଛନ୍ନ ଏବଂ ଝଡ଼ ତୋଫାନ ସତ୍ତ୍ୱେ ପାରଦ ୪୪.୪ ଡିଗ୍ରୀରେ ପହଞ୍ଚିଛି । ଶୁକ୍ରବାର ତୁଳନାରେ ଏହା ମାତ୍ର ୦.୫ ଡିଗ୍ରୀ ହ୍ରାସ ପାଇଛି। ଏପରିକି ରାତିରେ ଏଠାରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ରବିବାର ଦିନ ଭୋପାଳ ସମେତ ୨୦ଟି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରିଛି। ସେହିପରି ରାଜସ୍ଥାନର ସର୍ବନିମ୍ନ ତାପମାତ୍ରା ରବିବାର ୨୭ ଡିଗ୍ରୀ ସେଲସିୟସ ହେବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ଅତିକ୍ରମ କରିବ । ଏହା ସହିତ ପାଣିପାଗ ବିଭାଗ ଅନେକ ଜିଲ୍ଲାରେ ସତର୍କ ସୂଚନା ଜାରି କରିଛି। ଶୁକ୍ରବାର ଶ୍ରୀଗଙ୍ଗନଗରରେ ୪୮.୩ ଡିଗ୍ରୀ ଏବଂ ଷୋଲାପୁରରେ ୪୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୟୁପିରେ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୪୮.୨ ଡିଗ୍ରୀ ସେଲସିୟସ ରହିଛି । ଶନିବାର ଲକ୍ଷ୍ନୌରେ ତାପମାତ୍ରା ୪୩ ଡିଗ୍ରୀ ଥିବା ବେଳେ ବୃନ୍ଦା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ପ୍ରାୟ ୪୯ ଡିଗ୍ରୀ ଛୁଇଁଥିଲା । ଆଜି ୧୨ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିହାରରେ ଆଜି ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ହେବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିବ । ଜୁନ୍ ୧୩ ରୁ ୧୫ ମଧ୍ୟରେ ମୌସୁମୀ ରାଜ୍ୟରେ ପ୍ରବେଶ କରିବ । ୨୦୨୧ରେ, ଜୁନ୍ ୧୩ ରେ, ଝଡ଼ ଯୋଗୁଁ ବିହାରରେ ପ୍ରବଳ ବର୍ଷା ହୋଇଥିଲା । ବିହାରରେ ବର୍ତ୍ତମାନ ପର‌୍ୟ୍ୟନ୍ତ ସାଧାରଣ ବୃଷ୍ଟିପାତ ସ୍ୱାଭାବିକ କିମ୍ବା ଅଧିକ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ସପ୍ତାହରେ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ମେ ୧୬ ରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଓଡିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ-ନିକୋବର ଉପରେ ବିଭିନ୍ନ ସ୍ଥାନରେ ପବନର ବେଗ ୩୦-୪୦ କିଲୋମିଟରରେ ପହଞ୍ଚିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ କୌସୁମୀ ସମୟ ପୂର୍ବରୁ ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଇଏମ୍‌ଡି ଅନୁଯାୟୀ, ମେ ୨୭ ରୁ ଜୁନ୍ ୩ ମଧ୍ୟରେ କେରଳରେ କୌସୁମୀ ଆସିବାର ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ୧ ଜୁନ୍ରେ କେରଳରେ ପ୍ରବେଶ କରିଥାଏ । ଗତ ପାଞ୍ଚ ବର୍ଷ ମଧ୍ୟରୁ ୪ଟି ରାଜ୍ୟ ପାଇଁ ଏହା ମେ ୨୯ ରୁ ଜୁନ୍ ୩ ମଧ୍ୟରେ ସ୍ଥିର ହୋଇଛି । କେବଳ ୨୦୧୯ ରେ, ଏହା ୮ ଜୁନ୍ ବିଳମ୍ବରେ କେରଳରେ ପହଞ୍ଚିଥିଲା ।
ଅନ୍ୟପକ୍ଷରେ ଆସାମ ଏବଂ କେରଳର ଅନେକ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବାରୁ ଏଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ହେତୁ ଆସାମର ଡିମା ହାସାଓ ଜିଲ୍ଲାର ହାଫଲଙ୍ଗ ଅଞ୍ଚଳରେ ଏକ ରାସ୍ତା ଛାରଖାର ହୋଇଛି। ହୋଜାଇ ଏବଂ ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ଅନେକ ଗାଁ ଜଳମଗ୍ନ ହୋଇଛି । ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା ପ୍ରାଧୀକରଣ କହିଛି ଯେ ଭୂସ୍ଖଳନ ହେତୁ ହାଫଲଙ୍ଗର ପ୍ରାୟ ୮୦ ଘର ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପାଣିପାଗ ବିଭାଗ ପକ୍ଷରୁ କେରଳର କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking