27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉତ୍ତର କୋରିଆରେ ବଢୁଛି ସଂକ୍ରମଣ ,୪ ଦିନରେ ୮ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ଉତ୍ତର କୋରିଆରେ ବଢୁଛି ସଂକ୍ରମଣ ,୪ ଦିନରେ ୮ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନାର ତାଣ୍ଡବ । ଗତ ୪ ଦିନରେ ୮ ଲକ୍ଷରୁ ଅଧିକ କେସ୍ ସାମ୍ନା କୁ ଆସିଛି । ୪୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୮,୨୦,୬୨୦ ରେ ପହଁଚିଛି । ଉତ୍ତର କୋରିଆରେ କରୋନାର ପ୍ରଥମ କେସ୍ ସାମ୍ନା କୁ ଆସିବା ପରେ ଲକଡାଉନ ଘୋଷଣା କରାଯାଇଥିଲା । ଗତ ଦୁଇ ବର୍ଷ ଭିତରେ କରୋନା ର କିଛି ବି ମାମଲା ଚିହ୍ନଟ ହୋଇ ନ ଥିବା ଉତ୍ତର କୋରିଆ ଦାବି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଏବେ ଚିନ୍ତାଜନକ ହୋଇ ଯାଇଛି । ସୂଚନା ଅନୁଯାୟୀ ଏପ୍ରିଲ ମାସରେ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ରେ କରୋନା ମାମଲା ଚିହ୍ନଟ ହୋଇଥିଲା ।ଏହାପରେ ରାଜଧାନୀ ରେ ୧୫-୨୫ ଏପ୍ରିଲ ଯାଏଁ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଅଧିକରୁ ଅଧିକ ଲୋକମାନେ ମାସ୍କ ବ୍ୟବହାର କରି ନ ଥିଲେ । ଉତ୍ତର କୋରିଆରେ ସ୍ୱାସ୍ଥ୍ୟ କ୍ଷେତ୍ର ରେ କୈାଣସି ସୁବିଧା ନ ଥିବା କାରଣ ରୁ ଅନେକ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଉତ୍ତର କୋରିଆରେ ପର୍ଯ୍ୟାପ୍ତ ପରିମାଣର ଟିକା, ମେଡିସିନ ଏବଂ ଚିକିତ୍ସା ସୁବିଧା ଯୋଗାଇ ନ ଦିଆଯାଏ ତେବେ ଅଧିକରୁ ଅଧିକ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking