29.1 C
Bhubaneswar
Thursday, May 23, 2024
Homeଓଡିଶାମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଟପିଲା

ମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଟପିଲା

ମୋହନା: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ମୋହନା ସହରରେ କୋକୁଆ ଭୟ ଲାଗି ରହିଛି । କାରଣ ଏଠି ଡେଙ୍ଗୁ ରୋଗୀ ପ୍ରଥମେ ଚିହ୍ନଟ ହେଲେ କେମିତି ଓ କଣ ପାଇଁ ତାହା ଏବେ ସହର ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ପ୍ରଥମେ କହିବାକୁ ଗଲେ ମୋହନା ସହରର ପରିମଳ ବ୍ୟବସ୍ଥା ଓ ପାନୀୟଜଳ ହିଁ ଏକମାତ୍ର କାରଣ ବୋଲି ଚର୍ଚ୍ଚା ହେଉଛି । କାରଣ ମୋହନା ସହରର ନାରାୟଣ ନଗର ରାସ୍ତା, ପାଣ୍ଡା ଛକ, ପୁରୁଣା ବ୍ରିଜ୍ ସାହି, ଥାନା ଛକ ଖ୍ରୀଷ୍ଟିଆନ୍ ସାହି ଭଳି ଅନେକ ସ୍ଥାନରେ ଅଳିଆ ଆବର୍ଜନା ଭରି ପଡ଼ି ରହିଥିଲା । ସେହିଭଳି ପାନୀୟଜଳ କଥା କହିଲେ ନ ସରେ ମୋହନା ସହରର ଦୁଇ ପାର୍ଶ୍ୱରେ ଦୁଇଟି ନଦୀ ରହିଛି ।

ବର୍ଷା ଦିନରେ ନଦୀରେ ଜଳସ୍ତର ବଢ଼ିଲେ ସହର ବାସିନ୍ଦାଙ୍କୁ ଗୋଳି ପାଣି ହିଁ ପିଇବା ଏକ ମାତ୍ର ସାହାରା । ଯାହା ଫଳରେ ବିଭିନ୍ନ ସମୟରେ ସହର ବାସିନ୍ଦା ପରିମଳ ଓ ପାନୀୟ ଜଳର ସମସ୍ୟା ପାଇଁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । ମୋହନା ମେଡିକାଲ୍‌ରେ ମଧ୍ୟ କୌଣସି ଟେଷ୍ଟିଂର ସୁବିଧା ନଥିବା ହେତୁ ବ୍ଲକ୍‌ର ପ୍ରାୟ ଲୋକେ ବ୍ରହ୍ମପୁର ବଡମେଡିକାଲ ଉପରେ ଭରଷା କରିଥାନ୍ତି। କିଛିଦିନ ହେବ ସହର ର କିଛି ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ମାସକ ଭିତରେ ୭ ଜଣ ମୃତ୍ୟୁ ଘଟଣା ଏବେ ସହର ବାସିନ୍ଦା ଭୟରେ ରହୁଥିବା ଦେଖିବାକୁ ମିଳିଛି । ୭ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ତତ୍ପର ଦେଖାଇ ମୋହନା ସହରରେ ଡେଙ୍ଗୁ ପାଇଁ ରକ୍ତ ନମୁନା ପରୀକ୍ଷା କରାଯାଉଛି । ଫଳରେ ପ୍ରତିଦିନ ରୋଗୀଙ୍କ ଆକ୍ରାନ୍ତ ବଢ଼ିବାରେ ଲାଗିଛି । ବୁଧବାର ମୋହନା ସ୍ଥିତ ପାତ୍ର ସାହିରେ ୯୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୬ ଜଣଙ୍କ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking