29.1 C
Bhubaneswar
Tuesday, May 7, 2024
Homeକରୋନା‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ନାବାଳକର ଜୀବନ

‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ନାବାଳକର ଜୀବନ

କେରଳ : ସାରା ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ଆଉ ଅନ୍ୟପଟେ ଅନେକ ପ୍ରକାର ଭୂତାଣୁ, ଗୋଟିଏ ପରେ ଗୋଟିଏ ହୋଇ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ ନିପା ଭାଇରସ୍ ନାମକ ଏକ ଘାତକ ଭୂତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ନାବାଳକ ପ୍ରାଣ ହରାଇଛି । ନାବାଳକ ଜଣକ କେରଳ କୋଝିକୋଡ୍ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ଓ ଆଜି ସକାଳ ୫ଟା ସମୟରେ ବାଳକଟିର ମୃତ୍ୟୁ ହୋଇଥିଲା । ସୂଚନା ଯୋଗ୍ୟ , ସେପ୍ଟେମ୍ବର ୩ ତାରିଖ ଦିନ ପିଲାଟିର ଅବସ୍ଥା ଦେଖିବା ପରେ, ତାହା ‘ନିପା ଭାଇରସ୍’ ସଂକ୍ରମଣ ମାମଲା ବୋଲି ପ୍ରଥମେ ରିପୋର୍ଟ କରାଯାଇଥିଲା। ତା’ ଶରୀରରେ ‘ଏନ୍ସିଫାଲାଇଟିସ୍’ ଏବଂ ‘ମାୟୋକାର୍ଡିଟିସ୍’ ଲକ୍ଷଣ ଦେଖାଯାଇଥିଲା। କେରଳରୁ ସଂଗୃହୀତ ଉକ୍ତ ନମୁନା ‘ନିପା ଭାଇରସ୍’ ପଜିଟିଭ୍ ଆସିଥିବା କଥା ପୁଣେସ୍ଥିତ ‘ଦି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ସୁନିଶ୍ଚିତ କରି କହିଛି। ତୁରନ୍ତ ୪ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସରକାର କେରଳକୁ ପରାମର୍ଶ ଦେଇଛନ୍ତି। ମୃତ ବାଳକର ପରିବାର, ଗାଁରେ ସକ୍ରିୟ ମାମଲାଗୁଡ଼ିକର ଯାଞ୍ଚ୍, ଗତ ୧୨ ଦିନ ମଧ୍ୟରେ ଉକ୍ତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କଡ଼ା କ୍ବାରେଣ୍ଟାଇନରେ ରଖିବା ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଆଇସୋଲେସନରେ ରଖିବା, ନମୁନା ପରୀକ୍ଷା ଏବଂ ନମୁନା ଲ୍ୟାବକୁ ପଠାଇବା ଆବଶ୍ୟକ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking