31.1 C
Bhubaneswar
Sunday, May 19, 2024
Homeଓଡିଶାଚାଷୀଙ୍କ ପାଇଁ ଦାଉ ସାଜିଛି ବାର୍ଷା

ଚାଷୀଙ୍କ ପାଇଁ ଦାଉ ସାଜିଛି ବାର୍ଷା

ଯାଜପୁର :  ଯାଜପୁର ଜିଲ୍ଲାରେ ବର୍ଷା ଦାଉ ସାଜିଛି l ଶ୍ରାବଣ ଯାଇ ଭାଦ୍ରବ ମାସ ଉପଗତ ବିଲ ବାଡି ରେ ପାଣି ନାହିଁ l
ଚଷିକୁଳ ହତାଶ ବର୍ଷାକୁ ଚାତକ ପରି ଚାହିଁଛନ୍ତି ଆକାଶରେ ମେଘ ଘଡଘଡି ଯେପରି ଭବେ ଶବ୍ଦ କରୁଛି ସେତେଯେପରି ଭୂମି ଫାଟି ଯିବ କିନ୍ତୁl ପାଣି ବି ବିନ୍ଦୁ ଏ ମାଟି ରେ ପଡୁନାହିଁ l ଜମିରେ ପଡ଼ି ଥିବା ତଳl  ଖରାରେ ପୋଡି ଗଲାଣି ଯେଉଁମାନେ ଜମିରେ ରୁଆ ପୋତା କରିଥିଲେ ସେ ମଧ୍ୟ ମରିବାକୁ ବସିଲାଣି l ଜିଲ୍ଲାରେ କୋରେଇ ଦାନଗଦି ବ୍ଲକ ବିଶେଷ ପରିମାଣରେ ମରୁଡ଼ିର ପ୍ରଭାବିତ l ସମଗ୍ର କୋରେଇ ବ୍ଲକଟି ଅଣଜଳସେଚିତ ଅଞ୍ଚଳ ବନ୍ୟା ମରୁଡ଼ିରେ ଏହି ବ୍ଲକ ପ୍ରତି ବର୍ଷ ପ୍ରପୀଡ଼ିତ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଦୃର୍ବଳ l

ବର୍ଷା ଉପରେ ନିର୍ଭର କରି ଚାଷ ବାସ କରି କୁଟୁମ୍ବ ପତିପାଳନ କରି ଥାନ୍ତି l ଜିଲ୍ଲା ର ଅନ୍ୟ ବ୍ଲକ ଗୁଡିକ ତୁଳନା ରେ ଏହି ବ୍ଲକ ଅନଗ୍ରସର ରାଜ୍ୟ ମଧ୍ୟ୍ୟ ପଛୁଆ ବ୍ଲକ ଭାବ ରେ ମାନ୍ୟତା ପାଇଛି l ଚଳିତ ବର୍ଷ ଏହି ବ୍ଲକ ରେ ୧୮ହଜାର ୪୫୦ ହେକ୍ଟର ଜମି ଚାଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରା ଯାଇଥିଲା l ପ୍ରାୟ ୮୦ଭାଗ ଜମି ରେ ବର୍ଷା ଅଭାବ ରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ନାହିଁ l ଚାଷ ପାଇଁ ବିଲ ରେ ତଳl. ପଡ଼ିରହିଛି l ଉଠା ଜଳ ସେଚନ ପଏଣ୍ଟଗୁଡିକ ପ୍ରାୟ ଅଂଚଳ କାଁଭାଁ ପଏଣ୍ଟ ଚାଲୁଚି ତାହା ସମୁଦ୍ର କୁ ଶଙ୍ଖେ ସଦୁସ୍ୟ l କରୋନା ମହାମାରୀ ଜୀବନ ଜୀବିକା କୁ ପ୍ରଭାବିତ କରି ଥିଲା ବେଳ ଏବେ ମରୁଡ଼ି ରେ ଚାଷୀ କୁଳ ଉପରେ ଚଢକ ସଦୁସ୍ୟ ହୋଇଛି l

ଚାଷୀ ବିଲରେ ମୁଣ୍ଡରେ ହାତ ଦେଇ ବସିଛି କିପରି ପରିବାର ପତିପୋଷଣ ଚିନ୍ତା ଘାରିଛି ବ୍ଲକ ରେ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକ ରେ ଜମିକୁ ପାଣି ମାଡୁ ନାହିଁ ପ୍ରତି ବର୍ଷ ଏହି ପ୍ରକଳ୍ପ ଗୁଡିକ ରେ ପ୍ରତି ବର୍ଷ ମରାମତି ନାମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଛି କିନ୍ତୁ ଚାଷୀ ଙ୍କ କାମ ରେ ଆସୁ ନାହିଁ ଶାସକ ଦଳ ର ଠିକାଦାର ମାନଂକୁ ପୋଷିବା ପାଇଁ ପ୍ରକଳ୍ପ ନା ଚାଷୀ ଙ୍କ ପାଇଁ ଏହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ପ୍ରଶାସନ ଓ କୃଷି ବିଭାଗ ତରଫ ରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଛି ସ୍ଥାନୀୟ ବିଧାୟକ ଙ୍କ ଏ ସମ୍ପର୍କ ରେ ଚିନ୍ତା ନାହିଁ ପରିସ୍ଥିତି କୁ ଅନୁଧ୍ୟାନ କରି ସରକାର ଙ୍କ ନିକଟରେ କୋରେଇ କୁ ମରୁଡ଼ି ପ୍ରବଣ ରୂପେ ଘୋଷଣା କରିବା ପାଇଁ ତାଙ୍କ ରଆନ୍ତରିକତା ନାହିଁ ବୋଲି ବିଭିନ୍ନ ସ୍ଥାନ ରେ ଚର୍ଚ୍ଚା ଚାଲିଛି କିନ୍ତୁ ବିଧାୟକଙ୍କ ଭୂପେକ୍ଷ ନାହିଁ l

ଉଠାଜଳ ସେଚନ ପଏଣ୍ଟ ଚାଲୁ କରିବା ସହ ଦିନ ମଜୁରିଆ ମାନଂକୁ କାର୍ଯ୍ୟ ଯୋଗାଇବା ସମଗ୍ର କୋରେଇ ଅଞ୍ଚଳ କୁ ମରୁଡ଼ି ଘୋଷଣା କରିବା ପାଇଁ ରାଜ୍ୟ ଅଣ ସଂଘଠିତ ଶ୍ରମିକ କଂଗ୍ରେସ ସେଲ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି. ସି ପି ଆଇ ଏମ ନେତା ପ୍ରଫୁଲ୍ଲ ନାୟକ କୃଷକ ନେତା ବିଜୟ ବୋଇତାଇ ବିଜେପି ନେତା ନିତ୍ୟାନନ୍ଦ ମହାଳିକ. ସାମ୍ବାଦିକ ତଥା ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ଦାଶ. ନୀଳକଣ୍ଠ ସେନାପତି. ରାମ ଚନ୍ଦ୍ର ମାଝୀ. ପ୍ରମୁଖ ବହୁ ଚାଷୀ ନେତା ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking