39.1 C
Bhubaneswar
Friday, April 26, 2024
Homeଅପରାଧମା କରୁଥିଲା ଝିଅ ସହ ଏପରି କାମ ....

ମା କରୁଥିଲା ଝିଅ ସହ ଏପରି କାମ ….

ମୁମ୍ବାଇ: ଅର୍ଥ ପାଇଁ ମା’ର ମମତା ମଧ୍ୟ ହଜିଯାଇଛି। ଏଭଳି ଏକ ଲଜ୍ଜାଜନକ ଘଟଣା ମହାରାଷ୍ଟ୍ରର ପୂର୍ବ ମୁମ୍ବାଇର ମାନଖୁର୍ଦରେ ଦେଖିବାକୁ ମିଳିଛି। ସେଠାରେ ଜଣେ ନାବାଳିକା ନିଜର ମା’ ବିରୋଧରେ ଆଣିଛି ବଳପୂର୍ବକ ଦେହବେପାର କରିବାକୁ ବାଧ୍ୟ କରିବାର ଅଭିଯୋଗ। କେବଳ ସେତିକି ନୁହେଁ ନାବାଳିକା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛି ତା’ର ମା’ ତାକୁ ଟଙ୍କା ପାଇଁ ଜଣେ ବୟସ୍କ ଲୋକଙ୍କୁ ବିକ୍ରି କରିଦେଇଥିଲ। ବିରୋଧ କରିବାକୁ ତାଙ୍କୁ ନିଜର ଭାଇ ମଧ୍ୟ ଦୁଷ୍କର୍ମ କରିବାକୁ ପଛାଇ ନଥିଲା। ନାବାଳିକା ଜଣଙ୍କର ଅଭିଯୋଗ ପରେ ପୋଲିସ ମାପୁଅ ସହିତ ୫ ଜଣଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ ୧୬ ବର୍ଷୀୟ ପୀଡିତାଙ୍କୁ ତାଙ୍କର ମା’ ଗତ ବର୍ଷ ଜଣେ ଯୁବକ ସହିତ ବିବାହ କରିଦେଇଥିଲେ। ତେବେ ତାଙ୍କର ସ୍ବାମୀ ବଳପୂର୍ବକ ଭାବରେ ଶାରିରୀକ ସମ୍ପର୍କ ରଖିବାକୁ ମାରପିଟ୍ ମଧ୍ୟ କରୁଥିଲେ। ଯାହାଫଳରେ ସେ ଏସବୁରେ ଅସ୍ତବ୍ୟସ୍ତ ହୋଇ କିଛି ଦିନ ତଳେ ତାଙ୍କ ମା’ ନିକଟକୁ ପଳାଇ ଆସିଥିଲେ। ତେବେ ନିଜ ଘରେ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେବା ବନ୍ଦ ହୋଇନଥିଲା। ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହିତ ତାଙ୍କର ଭାଇ ମଧ୍ୟ ଦୁଷ୍କର୍ମ କରୁଥିଲେ।।

କିଛି ମାସପରେ ତାଙ୍କ ମା’ ଜଣେ ଦଲାଲ ପାଖକୁ ନେଇଯାଇଥିଲେ। ଯେଉଁଠି ତାଙ୍କୁ ଦେହ ବ୍ୟାପର ପାଇଁ ବାଧ୍ୟ କରାଯାଇଥିଲା। ଏହାପରେ ତାଙ୍କର ମା’ ତାଙ୍କୁ ଜଣେ ୬୦ ବର୍ଷର ବୃଦ୍ଧ ସହିତ ବିକ୍ରି କରିଦେଇଥିଲେ, ଯିଏକି ତା ସହିତ ଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଗତ ଶନିବାର ଘରୁ ପଳାଇ ଆସି ପୋଲିସ ଷ୍ଟେସନରେ ପହଁଞ୍ଚିଥିଲେ। ସେଠାରେ ପୋଲିସକୁ  ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୫ ଜଣଙ୍କୁ ଗିରଫ କରିଚି। ସମସ୍ତଙ୍କୁ ରବିବାର ଦିନ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ କୋର୍ଟ  ସେମାନଙ୍କୁ ୩ ଦିନ ପାଇଁ ହାଜତକୁ ପଟାଇ ଦେଇଥିଲେ। ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ଦିଆଯାଇଛି। ଏହା ମଧ୍ୟ ତଦନ୍ତ ଯାଉଛି ଯେ, ତାଙ୍କର ପରିବାର ଲୋକ କୌଣସି ସେକ୍ସ ରାକେଟରେ ନାହାନ୍ତି ତ? ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking