31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମନ ପସନ୍ଦର ଖାଇବା ରୋଷେଇ କଲାନି ମା’, ଆତ୍ମହତ୍ୟା କରିଦେଲା ଝିଅ

ମନ ପସନ୍ଦର ଖାଇବା ରୋଷେଇ କଲାନି ମା’, ଆତ୍ମହତ୍ୟା କରିଦେଲା ଝିଅ

ନୂଆଦିଲ୍ଲୀ: ଡେରାଡୁନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୧୬ ବର୍ଷୀୟା ନାବାଳିକା ସାମାନ୍ୟ କଥାରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରାଖଣ୍ଡ ଡେରାଡୁନ ଜିଲ୍ଲାରେ ମନ ପସନ୍ଦର ଖାଦ୍ୟ ରୋଷେଇ ନକରିବା ଫଳରେ ନିଜ ମା’ଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ସେ ନିଜ ଘରର ଛାତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସର କହିବା ମୁତାବକ, ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ସୂଚନା ଦେଇଛନ୍ତି ଯେ, ଝିଅଟି ରାତିର ଖାଇବାକୁ ନେଇ ମା’ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଖାଇବାକୁ ମନା କରିଥିଲେ । ଏହା ପରେ ରାଗରେ ସେ ନିଜ ରୁମକୁ ଯାଇ ଭିତରକୁ ଲକ୍ କରିଥିଲେ ।

ପ୍ରଥମେ ପରିବାର ଲୋକ ଏହାକୁ ଗୁରୁତର ଭାବରେ ନେଇନଥିଲେ । କିନ୍ତୁ ଅନେକ ସମୟ ବିତିବା ପରେ ମଧ୍ୟ ସେ ରୁମରୁ ବାହାରକୁ ନଆସିବାରୁ ପରିବାର ଲୋକ ଚିନ୍ତିତ ହୋଇ ରୁମ୍ ପାଖକୁ ଯାଇଥିଲେ । ପରିବାର ସଦସ୍ୟ ଝିଅ ରୁମର କବାଟ ବାଡେଇ ତାଙ୍କୁ କବାଟ ଖୋଲିବାକୁ କହିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । ତା’ପରେ ସେମାନେ କବାଟ ଭାଙ୍ଗିଥିଲେ ଓ ଝିଅକୁ ଛାତରୁ ଝୁଲିବାର ଦେଖିବାକୁ ପାଇଥିଲେ । ଏହା ପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ସେତେବେଳକୁ ଅନେକ ବିଳମ୍ବ ହୋଇଗଲା, ଯାହାଫଳରେ ଡାକ୍ତରମାନେ ଝିଅକୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking