36.3 C
Bhubaneswar
Wednesday, April 15, 2026
Homeଓଡିଶାଭାଷା ପ୍ରତିଷ୍ଠାନର ଭବନ ନିର୍ମାଣ ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ

ଭାଷା ପ୍ରତିଷ୍ଠାନର ଭବନ ନିର୍ମାଣ ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ

ଭୁବନେଶ୍ୱର : ଓଡିଆ ଭାଷା ପ୍ରତିଷ୍ଠାନର ଭବନ ନିର୍ମାଣ ପାଇଁ ୨୦୦୯ ମସିହାରେ ରାଜ୍ୟ ସରକାର ଜମି ଯୋଗାଇବା ସହିତ ଏକ କୋଟି ୫ହଜାର ଟଙ୍କା ମଞ୍ଜୁର କରିଥିଲେ । ହେଲେ ଏହି ଅର୍ଥ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇପାରି ନାହିଁ । ଭାଷା ଭବନ ନିର୍ମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ ଭାଷା ଭବନ ଗଠନ ପାଇଁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନଥିଲେ ।

ତେବେ ଓଡିଆ ଭାଷା ପ୍ରତିଷ୍ଠାନର ଭବନ ନିର୍ମାଣ ପାଇଁ ଖାରବେଳନଗର ଠାର ୧୫୦ଙ୍ଘ୩୫୦ ବର୍ଗଫୁଟ ପରିମିତ ଏକ ଜମି ରାଜ୍ୟ ସରକାର ଯୋଗାଇ ଦେଇଥିଲେ । ଏହି ଭବନ ନିର୍ମାଣ ନିମନ୍ତେ ୨୦୦୫-୦୬ ବର୍ଷରେ ୧କୋଯି ୫ହଜାର ଟଙ୍କାର ଟଙ୍କା ମଞ୍ଜୁର କରିଥିଲେ ଯାହା ଏପର୍ଯ୍ୟନ୍ତ ଖର୍ଚ୍ଚହୋଇ ପାରିନାହିଁ । ମନ୍ତ୍ରୀ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ରାସ୍ତା ଓ କୋଠାବାଡି ନିର୍ମାଣର ଭବନେଶ୍ୱର ଡିଭିଜନ ର୍ନିବାହୀ ଯନ୍ତ୍ରୀ ଏ ସମ୍ପର୍କରେ ଆଉ ନଆଗେଇବାପାଇଁ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking