36.3 C
Bhubaneswar
Wednesday, April 15, 2026
Homeଦେଶ ବିଦେଶକାଣ୍ଡଲା ବନ୍ଦରରେ ପହଞ୍ଚିଲା ‘ଜଗ୍‌ ବିକ୍ରମ’

କାଣ୍ଡଲା ବନ୍ଦରରେ ପହଞ୍ଚିଲା ‘ଜଗ୍‌ ବିକ୍ରମ’

ନୂଆଦିଲ୍ଲୀ :  ଭାରତୀୟ ପତାକା ଥିବା ଏଲପିଜି ଜାହାଜ ‘ଜଗ୍‌ ବିକ୍ରମ’ କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଜାହାଜରେ ୨୦,୪୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ରହିଛି। ଏପ୍ରିଲ ୧୧ ତାରିଖରେ ‘ଜଗ୍‌ ବିକ୍ରମ’ ହର୍ମୁଜ ପ୍ରଣାଳୀ ପାର୍‌ କରିଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କାଣ୍ଡଲା ବନ୍ଦରରେ ପହଞ୍ଚି ଥିଲା। ଏହି ଜାହାଜ ପହଞ୍ଚିବା ପରେ ଦେଶର ଏଲପିଜି ଶୃଙ୍ଖଳ ଦୃଢ଼ ହେବ ବୋଲି ଆଶା କରାଯାଉଛି ଆମେରିକା-ଇରାନ ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତି ମଧ୍ୟରେ ହର୍ମୁଜ ପ୍ରଣାଳୀ ପାର୍‌ କରିବାରେ ଏହା ପ୍ରଥମ ଭାରତୀୟ ଜାହାଜ। ହର୍ମୁଜ ପ୍ରଣାଳୀରେ ଫସି ରହିଥିବା ଭାରତୀୟ ପତାକା ବହନ କରୁଥିବା ୧୫ଟି ଜାହାଜକୁ ଫେରାଇ ଆଣିବାକୁୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking