30.1 C
Bhubaneswar
Tuesday, May 26, 2026
Homeଓଡିଶାପୁରୀରେ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ପ୍ରତିଯୋଗୀ

ପୁରୀରେ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ପ୍ରତିଯୋଗୀ

ପୁରୀ: ପୁରୀରେ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ପ୍ରତିଯୋଗୀ । ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ୬୧ ତମ ଫେମିନା ମିସ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୦ ଜଣଙ୍କ ମଧ୍ୟରୁ ୧୮ ଜଣ ବିଜେତା ପୁରୀ ଆସିଛନ୍ତି । ପାଟ ଶାଢି ପିନ୍ଧି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡିଛନ୍ତି । ମହାପ୍ରଭୁଙ୍କ ଅପାର କରୁଣାରୁ ଦୀର୍ଘ ଦିନର ସ୍ବପ୍ନ ସାକାର ହେଲା ବୋଲି କହିଛନ୍ତି ପ୍ରତିଯୋଗୀ । ସେମାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏହାପରେ ବ୍ଲୁ ଫ୍ଲାଗ ବିଚ୍ ପରିଦର୍ଶନ କରିଥିଲେ। ବିଚର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମସ୍ତ ପ୍ରତିଯୋଗୀ ଫଟୋ ସେସନ୍ କରିଥିଲେ। ୧୮ତାରିଖରେ କିଟରେ ଅନୁଷ୍ଠିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ । କିଟ୍ ପକ୍ଷରୁ ପ୍ରତିଯୋଗୀଙ୍କ ପାଇଁ ଆତିଥ୍ୟତା ସହ ରହିବା,ଖାଇବା ଓ ଦର୍ଶନ କରିବା ପାଇଁ ହୋଇଥିବା ବ୍ୟବସ୍ଥା ଉଚ୍ଚକୋଟିର ବୋଲି ସେମାନେ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking