36.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶବନ୍ଦ କୋଠରୀରେ ୩ ଦିନ ଯାଏ ମା’ର ଶବକୁ ଜଗି ବସିଥିଲା ମାନସିକ ବିକାରଗସ୍ତ ପୁଅ...

ବନ୍ଦ କୋଠରୀରେ ୩ ଦିନ ଯାଏ ମା’ର ଶବକୁ ଜଗି ବସିଥିଲା ମାନସିକ ବିକାରଗସ୍ତ ପୁଅ ଆଉ ତାପରେ…..

ହାଇଦ୍ରାବାଦ: ମା’ର ଶବକୁ ୩ ଦିନ ଯାଏଁ ଜଗି ରହିଥିଲା ପୁଅ । ଅନ୍ଧାରୀ କୋଠରୀରେ ୨୨ ବର୍ଷିୟ ପୁଅ ଶବକୁ ଘର ଭିତରେ ବନ୍ଦୀ କରି ରଖିଥିଲା । ଆଉ ଯେତେବେଳେ ଘର ଭିତରୁ ମୃତଦେହର ଦୁର୍ଗନ୍ଧ ବାହାରିବା ଆରମ୍ଭ କଲା, ସେତେବେଳେ ସେହି ବିଲ୍ଡିଂରେ ରହୁଥିବା ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘର ଭିତରେ ପହଞ୍ଚିବା ପରେ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଠାରେ ମହିଳାଙ୍କ ମୃତଦେହ ପଚାସଢା ଅବସ୍ଥାରେ ପଡି ରହିଥିଲା ଏବଂ ତାଙ୍କ ପୁଅ ମୃତଦେହ ପାଖରେ ଜଗି ବସିଥିଲା । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳାଙ୍କ ନାମ ବିଜୟା ବାଣି, ଏବଂ ପୁଅର ନାମ ଭେଙ୍କଟ ସାଇ । ତେବେ ଭେଙ୍କଟ ସାଇଙ୍କ ମାନସିକ ଅବସ୍ଥା ଠିକ୍ ନୁହେଁ ବୋଲି ପୋଲିସ କହିଛି ।

ଏକ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ହାଇଦ୍ରାବାଦର ରଚାକୋଣ୍ଡା କମିଶନରେଟ୍ ଜୋନ୍ ଅନ୍ତର୍ଗତ ମାଲକାଜିଗିରି ପୋଲିସ୍ ଷ୍ଟେସନ୍ ଅଞ୍ଚଳର । ଗତ ଶନିବାର (ମେ ୧୪ ) ବିଲ୍ଡିଂରେ ରହୁଥିବା ଲୋକମାନେ ଅଭିଯୋଗ କରିଥିଲେ ଯେ ୫୦ ବର୍ଷ ବୟସ୍କା ବିଜୟା ବାଣୀଙ୍କ ଫ୍ଲାଟରେ ଦୁର୍ଗନ୍ଧ ଆସୁଛି । ଏହା ପରେ ପୋଲିସ ଫ୍ଲାଟର କବାଟ ଖୋଲିଥିଲା ।

ଏନେଇ ପୋଲିସ କହିଛି ଯେ ୨୨ ବର୍ଷୀୟ ଭେଙ୍କଟ ସାଇ ଜଣେ ବିଟେକ୍  ଗ୍ରାଜୁଏଟ । ଏବଂ ତାଙ୍କର ମାନସିକ ଅବସ୍ଥା ଭଲ ନୁହେଁ । ତେବେ ଏଭଳି ପରିସ୍ଥିତିରେ ପୋଲିସ ସନ୍ଦେହ କରୁଛି ଯେ ସାଇ ତାଙ୍କ ମା’ଙ୍କୁ ହତ୍ୟା କରିଥାଇପାରେ । ତେବେ ସାଇ କାହିଁକି ଏବଂ କିପରି ତାଙ୍କ ମାଙ୍କୁ ହତ୍ୟା କଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପଚରାଉଚରା ପାଇଁ ପୋଲିସ ତାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking