35.1 C
Bhubaneswar
Saturday, May 4, 2024
Homeଅପରାଧଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ। ଖଣ୍ଡଗିରି ଥାନାରେ ହତ୍ୟା ଅଭିଯୋଗ କଲେ ବାପଘର ଲୋକେ। ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ।

ସୂଚନାନୁଯାୟୀ, ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କ ବିବାହ ଗତ ଏପ୍ରିଲ ୨୮ରେ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ହୋଇଥିଲା। ଗତ ମେ ୨୯ ତାରିଖରେ ହଠାତ୍ ବାପଘର ଲୋକ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ପର ଦିନ ଝିଅଘର ଲୋକେ ଭୁବନେଶ୍ଵରରେ ପହଞ୍ଚିବା ବେଳକୁ ଝିଅର ମୃତଦେହକୁ ମଶାଣିକୁ ନିଆ ସରିଥିଲା। କାହାକୁ କିଛି ନଜଣାଇ ପ୍ରଭାପତିଙ୍କ ଅନ୍ତିମ ସଂସ୍କାର କରାଯାଇଥିବାରୁ ପ୍ରଭାପତିଙ୍କ ମା ମାଧବୀ ନାୟକ ଖଣ୍ଡଗିରି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ବାହାଘର ପରେ ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking