27.1 C
Bhubaneswar
Sunday, September 8, 2024
Homeଓଡିଶାମିକ୍ସଚର ମେସିନରେ ହାତ କଟି ଶ୍ରମିକ ଗୁରୁତର

ମିକ୍ସଚର ମେସିନରେ ହାତ କଟି ଶ୍ରମିକ ଗୁରୁତର

କଲମପୁର : କଲମପୁର ଥାନା ଅନ୍ତର୍ଗତ ଚୁରାଗାଁରେ ଘଟିଛି ଏକ ଅଘଟଣ। କେନାଲ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ହାତ ମିକ୍ସଚର ମେସିନରେ କଟିଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଚୁରାଗାଁର ତପନ ରାଉତ ନାମକ ଯୁବ ଶ୍ରମିକ ଗାଁରେ ମନରେଗା ଯୋଜନାରେ ଚାଲିଥିବା କେନାଲ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ। ରବିବାର ସିମେଣ୍ଟ କଂକ୍ରିଟ କାମ ଚାଲିଥିଲା । ହଠାତ୍ କୌଣସି କାରଣରୁ ତପନ ମେସିନ ନିକଟରେ ଥିବାବେଳେ ଅସାବଧାନତା ଯୋଗୁଁ ମେସିନ ଭିତରେ ତାଙ୍କ ହାତ‌ ପଶିଯାଇଥିଲା।

କେହି କିଛି ଜାଣିବା ପୂର୍ବରୁ ମେସିନର ବ୍ଲେଡ ଲାଗି ତପନଙ୍କ ହାତ କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକେ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking