26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏମିତି ଏକ ଶିବ ମନ୍ଦିର ଯେଉଁଠି ବଢି ଚାଲିଛି ନନ୍ଦୀଙ୍କ ପ୍ରତିମା, ଜାଣନ୍ତୁ ରହସ୍ୟ

ଏମିତି ଏକ ଶିବ ମନ୍ଦିର ଯେଉଁଠି ବଢି ଚାଲିଛି ନନ୍ଦୀଙ୍କ ପ୍ରତିମା, ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ : ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାକୁ ନେଇ ବହୁ ରହସ୍ୟ ସାମ୍ନାକୁ ଆସିଥାଏ। ଦେଶରେ ଏମିତି ଏକ ଶିବ ମନ୍ଦିର ରହିଛି ଯେଉଁଠି ନନ୍ଦୀଙ୍କ ପ୍ରତିମୂର୍ତ୍ତି କ୍ରମାଗତ ଭାବରେ ବଢିବାରେ ଲାଗିଛି। ତେବେ ଆଜି ଆସନ୍ତୁ ଏହି ରହସ୍ୟମୟୀ ମନ୍ଦିର ବିଷୟରେ ଆଲୋଚନା କରିବା ।

ଭାରତର ଅନେକ ରହସ୍ୟମୟୀ ମନ୍ଦିର ରହିଛି । ଏଥି ମଧ୍ୟରୁ ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲାରେ ଅବସ୍ଥିତ ଶ୍ରୀ ୟାଗନ୍ତୀ ଉମା ମହେଶ୍ୱର ମନ୍ଦିର ଅନ୍ୟତମ। ପଞ୍ଚଦଶ ଶତାବ୍ଦୀରେ ସାଙ୍ଗାମା ରାଜବଂଶର ରାଜା ହରିହରା ବୁକ୍କା ଏହାକୁ ନିର୍ମାଣ କରିଥିଲେ। ଏଠାରେ ଥିବା ନନ୍ଦୀଙ୍କ ପ୍ରତିମୂର୍ତ୍ତି ପାଇଁ ଏହା ସର୍ବଦା ଚର୍ଚ୍ଚାରେ ରହିଥାଏ ।

କୁହାଯାଏ ଯେ, ମନ୍ଦିରରେ ଥିବା ନନ୍ଦୀଙ୍କ ପ୍ରତିମୂର୍ତ୍ତି ରହସ୍ୟମୟ ଭାବେ ବଢିଥାଏ। ପ୍ରତି ୨୦ ବର୍ଷରେ ଏହି ମୂର୍ତ୍ତି ଏକ ଇଞ୍ଚ ବଢେ ଏହି କାରଣରୁ ମନ୍ଦିରର ଅନେକ ସ୍ତମ୍ଭକୁ ହଟାଯାଇଛି।
ନନ୍ଦୀଙ୍କ ପ୍ରତିମୂର୍ତ୍ତିର ମୂଳ ଆକାର ବହୁତ ଛୋଟ ଥିଲା, କିନ୍ତୁ ଯେତେବେଳେ ଏହା ବଢିବା ଆରମ୍ଭ କରିଥିଲା ସେ ସମୟରେ ପ୍ରାଚୀନ ବିଭାଗ ଏହା ଉପରେ ଗବେଷଣା କରିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ, ନନ୍ଦୀଙ୍କ ପ୍ରତିମୂର୍ତ୍ତି ଏପରି ଏକ ପଥରରୁ ନିର୍ମିତ ହୋଇଛି, ଯାହାର ବିସ୍ତାର କରିବାର ପ୍ରବୃତ୍ତି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking