28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶ୧୪କୁ ଘୁଞ୍ଚିଲା ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ

୧୪କୁ ଘୁଞ୍ଚିଲା ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ର ଅଭିମୁଖେ ପଠାଯିବାକୁ ଥିବା ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହା ୧୩ରେ ପ୍ରକ୍ଷେପିତ ହେବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଆସନ୍ତା ୧୪ ତାରିଖ ଅପରାହ୍ଣ ୨.୩୫ ମିନିଟରେ ଏହା ଆନ୍ଧ୍ରପ୍ରଦେଶସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ପ୍ରକ୍ଷେପିତ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବ ବୋଲି ସୋମନାଥ ଆଶାବ୍ୟକ୍ତ କରିଛନ୍ତି । ବୁଧବାର ଲଞ୍ଚ୍ ଭେହିକିଲ ମାର୍କ-୩ ସହ ଚନ୍ଦ୍ରଯାନ-୩ର ସଫଳ ଏକତ୍ରିକରଣ କରାଯାଇଛି । ଚନ୍ଦ୍ରଯାନ-୩ରେ ଏକ ଲ୍ୟାଣ୍ଡର ମଡ୍ୟୁଲ, ପ୍ରପଲସନ୍ ମଡ୍ୟୁଲ ଏବଂ ଗୋଟିଏ ରୋଭର ରହିଛି । ତିନିଟି ମୂଳ ଲକ୍ଷ୍ୟ ନେଇ ଇସ୍ରୋ ପକ୍ଷରୁ ଏହି ମହାକାଶ ଯାନକୁ ଚନ୍ଦ୍ର ଅଭିମୁଖେ ପଠାଯାଉଛି । ଏଗୁଡିକ ହେଉଛି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଓ ସଫଳ ଅବତରଣ, ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଦକ୍ଷତା ପ୍ରଦର୍ଶନ ଏବଂ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ସମ୍ପାଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking