42.1 C
Bhubaneswar
Saturday, April 27, 2024
Homeଅପରାଧରକ୍ଷକ ସାଜିଲା ଭକ୍ଷକ; ଖାକିରେ ଲାଗିଲା କଳଙ୍କର ଦାଗ

ରକ୍ଷକ ସାଜିଲା ଭକ୍ଷକ; ଖାକିରେ ଲାଗିଲା କଳଙ୍କର ଦାଗ

ଲକ୍ଷ୍ନୌ: ରକ୍ଷକ ସାଜିଲା ଭକ୍ଷକ । ଖାକିରେ ଲାଗିଲା କଳଙ୍କର ଦାଗ । ଜଣେ ମହିଳା କନଷ୍ଟେବଳଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଅଭିଯୋଗ । ଉତ୍ତର ପ୍ରଦେଶର ଜଲଉନ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ଜଣେ ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ପୀଡିତ ମହିଳା କନଷ୍ଟେବଳ ଏହି ଘଟଣା ବିଷୟରେ ଉଚ୍ଚପଦାଧିକାରୀଙ୍କୁ କହିବା ପରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ଅଧିକାରୀ ଜଣକ ବାରମ୍ବାର ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ମହିଳା କନଷ୍ଟେବଳ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି । ତେବେ ମହିଳା କନଷ୍ଟେବଳଙ୍କ ଅଭିଯୋଗ ଅନୁସାରେ, “ପୋଲିସ ଅଧିକାରୀ ଜଣକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ପୋଲିସ ଲାଇନରେ ବର୍ତ୍ତମାନ ଅଭିଯୋଗକାରୀ ପୋଲିସର ପୋଷ୍ଟିଂ ହୋଇଛି ।

ମୋର ମଧ୍ୟ ପୋଷ୍ଟିଂ ସେହି ସ୍ଥାନରେ ହୋଇଥିଲା । ମୁଁ ସେଠାରେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲି । ତେବେ କନଷ୍ଟେବଳ ଜଣକ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ରିପୋର୍ଟ ପଞ୍ଜିକୃତ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ଇରାଜ ରାଜା । ତେବେ ମହିଳା କନଷ୍ଟେବଳ ଜଣକ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, ମୋତେ ଦୁଷ୍କର୍ମ କରାଯିବା ସମୟରେ ମୁଁ ଅନେକବାର ଅଭିଯୋଗ କରିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ଅଭିଯୋଗ କଲେ ହତ୍ୟା ଧମକ ମିଳୁଥିଲା । ଜୀବନରୁ ମାରିଦେବାକୁ କୁହାଯାଇଥିଲା । ଜଣେ କନଷ୍ଟେବଳଙ୍କୁ ଦୁଷ୍କର୍ମ ଘଟଣା ଯୋଗୁଁ ପୋଲିସ ବିଭାଗରେ ଉତ୍ତେଜନା ଦେଖାଦେଇଛି । ଯେତେବେଳେ ଜଣେ ମହିଳା ପୋଲିସ ଅଧିକାରୀ ସୁରକ୍ଷିତ ନାହାନ୍ତି ସେତେବେଳେ ଜଣେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବ । କେତେ ସୁରକ୍ଷିତ ସାଧାରଣ ମହିଳା ? ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking