40.1 C
Bhubaneswar
Saturday, April 27, 2024
Homeଅପରାଧଏକତରଫା ପ୍ରେମରେ ବିଫଳ : ପ୍ରେମିକର ବର୍ବର କାଣ୍ଡ

ଏକତରଫା ପ୍ରେମରେ ବିଫଳ : ପ୍ରେମିକର ବର୍ବର କାଣ୍ଡ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ପସ୍କୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଘଟାଇଛି ଜଘନ୍ୟ କାଣ୍ଡ । ଅଭିଯୁକ୍ତଜଣକ ଜେଲ୍‌ରୁ ଫେରିବା ପରେ ନାବାଳିକାର ପିତା ଓ ୮ ବର୍ଷୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇ ଯାଇଛି । ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଏହି ଘଟଣା ଜବଲପୁରର ସିଭିଲ ଲାଇନ୍ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି । ଏହି କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ । ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ ।

ଏନେଇ ରାଜକୁମାରଙ୍କ ଅଭିଯୋଗ ଆଧାରରର ପୁଲିସ ମୁକୁଳ ସିଂଙ୍କୁ ପସ୍କୋ ଆକ୍ଟରେ ଗିରଫ କରିଥିଲା । ମାତ୍ର ସେ ଜେଲ୍‌ରୁ ମୁକୁଳିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ ।ଘଟଣା ଦିନ ସେ ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ପିଲାଟିକୁ ହତ୍ୟା କରିବା ପରେ ମୁକୁଳ ସିଂ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା । ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା । ଏହାପରେ ନାବାଳିକାଙ୍କ ଫୋନ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ଖବର ପାଇ ପୁଲିସ ପହଞ୍ଚି ଘରୁ ବାପପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ ଏକ ନାବାଳିକାଙ୍କ ସନ୍ଧାନ ଆରମ୍ଭ କରିଛି । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking